ପ୍ରେମିକାକୁ ଖୋଜି ଖୋଜି ୨ ହଜାର କିଲୋମିଟର ଗଲା ବାଘ

ନୂଆଦିଲ୍ଲୀ: ଆପଣ ହୁଏତ ଶୁଣିଥିବେ ସାତ ଦରିଆ ପାରି ହୋଇ ଓ ହଜାର ହଜାର କିଲୋମିଟର ଅତିକ୍ରମ କରି ପ୍ରେମିକ ପ୍ରେମିକା ପାଖରେ ପହଁଚିଯାଇଥାଏ | ଟିଭି ପରଦାରେ ହେଉ ବା ସିନେମାରେ ଏହି ଦୃଶ୍ୟକୁ ଅତି ସୁନ୍ଦର ଭାବରେ ଚିତ୍ରଣ କରାଯାଇଥାଏ | କିନ୍ତୁ କେବେ ଭାବିଛନ୍ତି କି ନିଜ ପ୍ରେମିକା ବାଘୁଣୀକୁ ଖୋଜି ଖୋଜି ବାଘଟିଏ ୨ ହଜାର କିଲୋମିଟରର ବାଟ ଯାଇଛି | ରାଜ୍ୟର ସୀମା ଏହି ବାଘକୁ ଅଟକାଇପାରିନି | ତେଲେଙ୍ଗାନାରୁ ମହାରାଷ୍ଟ୍ର ଯାଏଁ ବାଘଟି ଯାଇଥିବାର ଆଇଏଫଏସ ଅଧିକାରୀ ପ୍ରବୀଣ କାଶବାନ ନିଜ ଟ୍ୱିଟରରେ ସୂଚନା ଦେଇଛନ୍ତି |


ମିଳିଥିବା ସୂଚନା ମୁତାବକ ତେଲେଙ୍ଗାନା ତିପେସ୍ୱର ଅଭୟାରଣ୍ୟରେ ରହୁଥିବା ବାଘ ଉପରେ ବନ ବିଭାଗ ଲଗାତାର ନଜର ରଖିଥିଲା | ବାଘଟି ରାସ୍ତା, ଜଙ୍ଗଲ, ନଦୀ ପାର କରି ଜ୍ଞାନଗଙ୍ଗା ଜଙ୍ଗଲରେ ପହଁଚିଯାଇଥିଲା | ବଡ କଥା ଯେ କାହାକୁ କୌଣସି କ୍ଷତି ନ ପହଞ୍ଚାଇ ବାଘ ୨ ହଜାର କିଲୋମିଟର ବାଟ ଅତିକ୍ରମ କରି ପହଞ୍ଚିଥିଲା |

ମହାରାଷ୍ଟ୍ରର ଏହି ଜ୍ଞାନଗଙ୍ଗା ଜଙ୍ଗଲଟି ମେଲାଘ ବ୍ୟାଘ୍ର ସଂରକ୍ଷଣ ଅଭୟାରଣ୍ୟ ଅଧୀନରେ ଆସୁଥିବାବେଳେ ପ୍ରେମିକାକୁ ଖୋଜିବା ପାଇଁ ବାଘଟି ଏଭଳି କରିଥିବାର ଆଇଏଫଏସ ଅଧିକାରୀ କହିଛନ୍ତି | ଏଠାରେ ସୂଚନା ଥାଉ କି ନଭେମ୍ବରରୁ ଏପ୍ରିଲ ମାସ ମଧ୍ୟରେ ସମ୍ପର୍କ ରଖିବା ବାଘଙ୍କ ପାଇଁ ଅନୁକୂଳ ହୋଇଥାଏ |

ସମ୍ବନ୍ଧିତ ଖବର