୧୩ ବର୍ଷରୁ କମ ବୟସର ପିଲା ଫେସବୁକ୍‌ ଆକାଉଣ୍ଟ ଖୋଲିବା ଆଇନଗତ ଅପରାଧ! ଜାଣନ୍ତୁ ଏହା ସହ ଜଡିତ ନିୟମକାନୁନ ସଂପର୍କରେ

ବର୍ତ୍ତମାନ ସମୟରେ ସୋସିଆଲ ମିଡିଆ ମଣିଷ ଜୀବନରେ ଏକ ଅପରିହାର୍ଯ୍ୟ ଅଙ୍ଗ ପାଲଟିଛି। ପିଲାଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡିଆର ବ୍ୟବହାର ବହୁଳ ମାତ୍ରାରେ କରିବାରେ ଲାଗିଛନ୍ତି। କେହି କେହି ଏହାକୁ ନିଜ ଜ୍ଞାନର ପରିସରକୁ ବଢାଇବାକୁ ବ୍ୟବହାର କରୁଥିବା ତ କେହି ସୋସିଆଲ ମିଡିଆକୁ ମଉଜମସ୍ତି ପାଇଁ ବ୍ୟବହାର କରୁଛନ୍ତି। ହେଲେ ମୁଖ୍ୟ କଥା ହେଲା ଏହା ଦ୍ୱାରା ଅପରାଧୀକ ମାମଲା ବେଶି ବୃଦ୍ଧି ପାଉଛି। ତେଣୁ ବିଭିନ୍ନ ସାଇବର କ୍ରାଇମରୁ ଦୂରେଇ ରହିବା ପାଇଁ କିଛି ନିର୍ଦ୍ଦେଶାବଳୀ ମଧ୍ୟ ରହିଛି। ବିଶେଷ କରି ଛୋଟ ପିଲାଙ୍କୁ ସୋସିଆଲ ମିଡିଆରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି। ଯାହାକୁ ପ୍ରତ୍ୟେକ ଅଭିଭାବକ ଜାଣି ରଖିବା ଉଚିତ। ଯଦି ଆପଣଙ୍କ ପିଲା ବି ସୋସିଆଲ ମିଡିଆରେ ଆକ୍ଟିଭ ଅଛନ୍ତି, କିମ୍ବା ଆକାଉଂଟ ଖୋଲିଛନ୍ତି ତେବେ ତାଙ୍କୁ ଏଭଳି କରିବାକୁ ପ୍ରଶୟ ହେବା ପୂର୍ବରୁ ଏହା ସହ ଜଡିତ ନିୟମକାନୁନ ସଂପର୍କରେ ଜାଣି ରଖିବା ଦରକାର।

ଆପଣଙ୍କ ଜାଣିବା ପାଇଁ ଏଠାରେ ଆମେ କହି ରଖୁଛୁ କି, କୌଣସି ବି ପିଲା ୧୩ ବର୍ଷ ବୟସରୁ ନିଜର ଫେସବୁକ୍‌ ପ୍ରୋଫାଇଲ, ୧୬ ବର୍ଷ ପରେ ହ୍ଵାଟସଆପ ଏବଂ ୧୮ ବର୍ଷ ପରେ ଇ-ମେଲ ଆଇଡି ବନାଇପାରିବେ। ଏହାପୂର୍ବରୁ କୌଣସି ବି ପିଲା ନିଜର ଫେସବୁକ ଆକାଉଂଟ, ହ୍ଵାଟସଆପ ଆକାଉଂଟ କିମ୍ବା ଇ-ମେଲ ଆଇଡି ବନାଏ ତେବେ ଏହା ଆଇନଗତ ଅପରାଧ ହେବ।

FB-activities

ସାଇବର କ୍ରାଇମରୁ ପିଲାଙ୍କୁ ଦୂରେଇ ରଖିବେ କିପରି?

କୌଣସି ଅଜଣା କିମ୍ବା ଅଚିହ୍ନା ବ୍ୟକ୍ତିଙ୍କ ପାଖରେ ଅନଲାଇନ ବ୍ୟକ୍ତିଗତ ସୂଚନା, ପାସୱାର୍ଡ ଏବଂ ଇ-ମେଲ ସମ୍ବନ୍ଧିତ ସୂଚନା ଆଲୋଚନା କରନ୍ତୁ ନାହିଁ।

ଷ୍ଟୁଡେଂଟ ସୋସିଆଲ ସାଇଟରେ ନିଜର ବ୍ୟକ୍ତିଗତ ଫଟୋ ପୋଷ୍ଟ କରିବାକୁ ପିଲାଙ୍କୁ ମନା କରନ୍ତୁ।

ଅଜଣା ବ୍ୟକ୍ତିଙ୍କ ଇ-ମେଲର ଉତ୍ତର କିମ୍ବା କୌଣସି ଅଜଣା ଓପନିଂ ପୋଲ କିମ୍ବା କୌଣସି ଅଜଣା ସାଇଟର କୁଇଜ୍‌ ପ୍ରତିଯୋଗୀତାରେ ଭାଗ ନେବାକୁ ପିଲାଙ୍କୁ ମନା କରନ୍ତ।

ଖାଲି ଅଭିଭାବକ ନୁହଁନ୍ତି ବରଂ ଶିକ୍ଷକ ବି ପିଲାଙ୍କ ଉପରେ ନଜର ରଖିବା ଉଚିତ। ପିଲାଙ୍କୁ ବିଭିନ୍ନ ସାଇବର ଅପରାଧିକ ଘଟଣା ସଂପର୍କରେ ସଚେତନ କରିବା ଉଚିତ ଯ

ସମୟ ସମୟରେ ଅଭିଭାବକମାନେ ନିଜ ପିଲାଙ୍କୁ ସେମାନଙ୍କ ଅନଲାଇନ ବନ୍ଧୁଙ୍କ ସଂପର୍କରେ ପଚାରି ବୁଝିବା ଉଚିତ ଯ ପିଲାଙ୍କ ସହ କଥା ହେଉଥିବା ବନ୍ଧୁମାନଙ୍କ ସହ ବାପାମାଆ ବି କଥା ହେବା ଉଚିତ ଯ ଯାହାଦ୍ୱାରା ପିଲାଙ୍କ ଉପରେ ଆପଣ ନଜର ରଖିପାରିବେ।

ସେହିପରି ପିଲାମାନେ ଭିଜିଟ୍‌ କରୁଥିବା ସାଇଟଗୁଡିକୁ ବି ଅଭିଭାବକମାନେ ଚେକ୍‌ କରିବା ଉଚିତ।

ସମ୍ବନ୍ଧିତ ଖବର