ସବୁଜିମା ସୃଷ୍ଟିରେ ସମର୍ପିତ ପତି-ପତ୍ନୀ

ତେଲେଙ୍ଗାନାର ସତୁରି ବର୍ଷ ବୟସ୍କ ଦରିପାଲ୍ଲୀ ରମେୟା ଏବ˚ ତାଙ୍କ ପତ୍ନୀ ଗଲା ପଚାଶ ବର୍ଷ ମଧୢରେ ଏକ କୋଟିରୁ ଅଧିକ ଗଛ ଲଗାଇ ନିଆରା ଦୃଷ୍ଟାନ୍ତ ପାଲଟିଛନ୍ତି। ସୁସ୍ଥ ଓ ସୁନ୍ଦର ସବୁଜିମା ସୃଷ୍ଟିରେ ଉଭୟ ପତି-ପତ୍ନୀ ପୂର୍ଣ୍ଣ ସମର୍ପିତ। ରମେୟାଙ୍କ ଘର ଖାମମ୍‌ ଜିଲ୍ଲା ଅନ୍ତର୍ଗତ ରେଡ୍ଡୀପାଲୀ ଗାଁରେ। ପିଲା ଦିନେ ସେ ମାଆଙ୍କ ଠାରୁ ଗଛ ଲଗାଇବାର କୌଶଳ ଶିଖିଥିଲେ। ତାଙ୍କ ମାଆ ବିଭିନ୍ନ ପ୍ରକାରର ପରିବା ମଞ୍ଜି ସ˚ଗ୍ରହକରି ଗଛ ଉତାରୁଥିଲେ। ମାଆଙ୍କ ଠାରୁ ପ୍ରେରଣା ପଇ ମଞ୍ଜି ସ˚ଗ୍ରହ କରିଥିଲେ ଏବ˚ ସାଇକେଲ୍‌ରେ ବୁଲି ବୁଲି ବୃକ୍ଷ ରୋପଣ କରିଥିଲେ। ତାଙ୍କ ଦ୍ବାରା ରୋପିତ ନିମ୍ବ, ବେଲ, କଦମ୍ବ ଆଦି ବୃକ୍ଷ ଏବେ ମହାଦ୍ରୁମରେ ପରିଣତ ହେଲାଣି। ପତ୍ନୀଙ୍କ ସହଯୋଗ ତାଙ୍କୁ ଏ ଦିଗରେ ଅଧିକ ସୁଯୋଗ ଓ ଶକ୍ତି ଯୋଗାଉଥିବା ରମେୟା କହନ୍ତି। ରମେୟା ‘ସବୁଜ ଯୋଦ୍ଧା’ ଭାବେ ପରିଚିତ ଏବ˚ ଉଭୟେ ପତି-ପତ୍ନୀ ବର୍ଷକୁ ପ୍ରାୟ ଦୁଇ ଲକ୍ଷ ବୃକ୍ଷ ରୋପଣ କରିଥାନ୍ତି। ଜନସାଧାରଣଙ୍କୁ ଏମାନଙ୍କ ବାର୍ତ୍ତା ‘ବୃକ୍ଷକୁ ବଞ୍ଚାଇଲେ ନିଜେ ବଞ୍ଚିବ।’ ପ୍ରାକୃତିକ ସୁରକ୍ଷା ଦିଗରେ ଉଲ୍ଲେଖନୀୟ ଅବଦାନ ଲାଗି ରମେୟା ‘ପଦ୍ମଶ୍ରୀ’ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ହୃତ୍‌ପିଣ୍ତରେ ଅସ୍ତ୍ରୋପଚାର ସତ୍ତ୍ବେ ବୃକ୍ଷ ରୋପଣରୁ ସେ ଓହରିନାହାନ୍ତି।

ସମ୍ବନ୍ଧିତ ଖବର