କରୋନା କାଳରେ ଟ୍ରିପଲ ଆଇଟି ଛାତ୍ରଙ୍କ କମାଲ: ପ୍ରସ୍ତୁତ କଲେ ଭେଂଟିଲେଟର ଭଳି କାମ କରୁଥିବା ବବଲ୍ ହେଲମେଟ୍

ଭୁବନେଶ୍ବର:  ଏକ ଭିନ୍ନ ଧରଣର ହେଲମେଟ୍ ଉଦ୍ଭାବନ କରିଛନ୍ତି ଟ୍ରିପଲ ଆଇଟିର କିଛି ଉଦ୍ୟୋଗୀ ଛାତ୍ର  । ଏହି ହେଲମେଟ୍ ଏକ ଚିକିତ୍ସା ଉପକରଣ ଭାବେ ବ୍ୟବହାର ହୋଇପାରିବ । ଏହି ଉପକରଣର ନାଁ ରଖଯାଇଛି ଶ୍ବାସନର୍ ବା ବବଲ୍ ହେଲମେଟ୍ । ଏହା ଠିକ୍ ଭେଂଟିଲେଟରର ବିକଳ୍ପ ଭାବେ କାମ କରିବ ବୋଲି ଦାବି କରିଛନ୍ତି ଏହାକୁ ଆବିଷ୍କାର କରିଥିବା ଟ୍ରିପଲ ଆଇଟି କିଛି ଇଂଜିନୟରିଂ ଛାତ୍ର । ଏହି ହେଲମେଟ ଅମ୍ଲଜାନ ଆବଶ୍ୟକ କରୁଥିବା ରୋଗୀଙ୍କୁ ପିନ୍ଧାଇ ଶ୍ବାସକ୍ରିୟାକୁ ସ୍ୱାଭାବିକ କରିହେବ ବୋଲି ଦାବି କହିଛନ୍ତି ଏହାକୁ ଆବିଷ୍କାର କରିଥିବା ଛାତ୍ର ।

ସାଧାରଣ ହେଲମେଟ୍ ଭଳି ଏହା ମୁଣ୍ଡରେ ପିନ୍ଧାଯାଏ । କିନ୍ତୁ ଏହାର ଉପର ଅଂଶରେ ଦୁଇଟି ଭଲବ୍ ଲାଗିଛି, ଯାହା ସହାୟତାରେ ଶୁଦ୍ଧ ଅମ୍ଲଜାନ ଯାଇପାରିବ।  ରୋଗୀ ଅନାୟାସରେ  ଏହି  ଅମ୍ଳଜାନ ଗ୍ରହଣ କରିପାରିବେ । କରୋନା କାଳରେ ଯେତେବେଳେ ଆମେ ଭେଂଟିଲେଟର ଭଳି ଚିକିତ୍ସା ଉପକରଣର ଅଭାବ ଦେଖାଯାଉଛି, ସେତେବେଳେ ଏଭଳି ଉପହରଣ ବେଶ ସହାୟକ ହେବ ବୋଲି କୁହାଯାଉଛି ।

ଏହି ଭଳି ବବଲ୍ ହେଲମେଟ ବିଦେଶରେ ମଧ୍ୟ ବ୍ୟବହାର ହୋଇଛି । ଏମିତି କି ସିକାଗୋ ବିଶ୍ୱବିଦ୍ୟାଳୟରେ ହୋଇଥିବା ଗବେଷଣା ଆଧାରରେ ଏହି ହେଲମେଟ୍ ପ୍ରସ୍ତୁତ କରିଛନ୍ତି ଏହି ଟ୍ରିପଲ ଆଇଟିର ଇଂଜିନିୟରିଂ ଛାତ୍ର ।

ଟ୍ରିପଲ ଆଇଟିର ଛାତ୍ର ତପସ୍ୱିନ୍ ପାଢ଼ୀ, ସାଇ ସମ୍ବିତ ନାୟକ, ସିଦ୍ଧାର୍ଥ ନାୟକ, ଅନନ୍ୟ ଅପ୍ରମେୟ, ଜିଭିତେସ ଦେବତା, ବିଟଳ ଗୁପ୍ତା, ନନ୍ଦକିଶୋର ଗୁପ୍ତା, ଦିବ୍ୟଜୋତି ଦାସ ଓ ସୋଭିତ୍ ମିତ୍ରା ଲକ୍ଡ଼ାଉନ୍ ସମୟରେ ଏହି ବବଲ ହେଲମେଂଟ ନିର୍ମାଣରେ କାମ କରିଥିଲେ । ଏଥିରେ ପ୍ରକଳ୍ପର ମାର୍ଗଦର୍ଶକ ଡ଼କ୍ଟର ସୂରଜ ଶର୍ମା, ଡ଼କ୍ଟର ଜିତେନ୍ଦ୍ର ରାୟ, ସିଦ୍ଧାର୍ଥ ଭଟାର୍ ଏବଂ ଅଶୋକ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ ।

ସମ୍ବନ୍ଧିତ ଖବର