ନୂଆମୋଟର ଯାନ ନିୟମ ଲାଗୁ ହେବା ପରେ ହେଲମେଟ ପିନ୍ଧି ଗରବା କଲେ ଲୋକେ

ସୁରତ: ଗୁଜରାଟର ସୁରତ ସହରରେ ଚଳିତ ଥର ଏକ ଭିନ୍ନ ଶୈଳୀରେ ନବରାତ୍ରି ପୂଜା ଆରମ୍ଭ ହୋଇଛି। ଏଠାରେ ନବରାତ୍ରୀ ଅବସରରେ ବିଭିନ୍ନ ସ୍ଥାନରେ ଗରବା କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି ଗରବାରେ ଭାଗ ନେଇଥିବା ଏକ ଡ୍ୟାନ୍ସଗ୍ରୁପ୍‌ ମୁଣ୍ଡରେ ହେଲମେଟ୍‌ ପିନ୍ଧି ନୃତ୍ୟ କରୁଥିବା ଦେଖିବାକୁ ମିଳୁଛି।

ଲୋକମାନଙ୍କ ପାଖରେ ସଡର ସୁରକ୍ଷା ସଚେତନତା ବାର୍ତ୍ତା ପହଞ୍ଚାଇବା ପାଇଁ ଏହି ଡ୍ୟାନ୍ସଗ୍ରୁପ୍‌ ଏଭଳି ପ୍ରୟାସ କରିଥିବା କୁହାଯାଉଛି। ସୁରତର ବିଆର ମଲରେ ଗତ ରବିବାର ଏଭଳି ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହି ଗରବା କାର୍ଯ୍ୟକ୍ରମରେ ଯୁବଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଭାଗ ନେଇ ମୁଣ୍ଡରେ ହେଲମେଟ୍‌ ପିନ୍ଧି ଲୋକଙ୍କୁ ସଡର ସୁରକ୍ଷାସଚେତନ କରାଉଥିଲେ।

ଗରବା ଗ୍ରୁପ୍‌ର ଜଣେ ସଦସ୍ୟଙ୍କ କହିବାନୁସାରେ, ହେଲମେଟ ପିନ୍ଧିବା ଓ ସିଟ ବେଲଟର ବ୍ୟବହାର କରିବା ସମସ୍ତଙ୍କ ସୁରକ୍ଷା ପାଇଁ ଜରୁରୀ ରହିଛି। ଏବଂ ସମସ୍ତଙ୍କୁ ଏସବୁ ପାଳନ କରିବା ଉଚିତ। ଏହାକୁ ସରକାର ଦ୍ୱାରା ଜୋରଜବରଦସ୍ତି ଲାଗୁ କରିବାର କୌଣସି ଆବଶ୍ୟକ ନାହିଁ। କାରଣ ଏହାଦ୍ୱାରା କୌଣସି ଫାଇଦା ହେବ ନାହିଁ। ଲୋକମାନଙ୍କୁ ଏସବୁକୁ ଅଭ୍ୟାସ ଭାବେ ଆପଣାଇବାକୁ ହେବ। ଯାହାଦ୍ୱାରା ଆପଣ ଜୀବନରେ ଏଭଳି ପର୍ବପର୍ବାଣୀର ଦୀର୍ଘସମୟ ପର୍ଯ୍ୟନ୍ତ ଆନନ୍ଦ ଉଠାଇ ପାରିବେ।

ସମ୍ବନ୍ଧିତ ଖବର