ମା’ ମଙ୍ଗଳସୂତ୍ର ବିକ୍ରି କରି ପୁଅକୁ ବନାଇଥିଲେ ବଡ଼ିବିଲଡର, ନ୍ୟାସନାଲ ବଡ଼ି ବିଲଡିଂ ଚମ୍ପିୟାନ୍‌ସିପ୍‌ରେ ପୁଅ ଆଣିଲା ସିଲଭର ମେଡାଲ

ମୁମ୍ବାଇ: ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲ୍ଲାର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ ଗ୍ରହଣ କରିଥିବା ବିକ୍ରମ ଯାଦବ ଜୁନିୟର ନ୍ୟାସନାଲ ବଡି ବିଲଡିଂ ଚମ୍ପିୟାନସିପ୍‌ରେ ସିଲଭର ମେଡାଲ ଜିତି ନିଜ ପରିବାରର  ନାମ ପୂରା ଦେଶରେ ଉଜ୍ଜ୍ୱଳ କରିଛନ୍ତି।

ବିକ୍ରମ ଯାଦବଙ୍କ ଏହି ସ୍ୱପ୍ନକୁ ପୂରା କରିବା ପାଇଁ ତାଙ୍କ ମା’ ନିଜ ମଙ୍ଗଳସୂତ୍ର ବିକ୍ରି କରି ଦେଇଥିଲେ। ପୁଅର ସ୍ୱପ୍ନ ପୂରା କରିବା ପାଇଁ ସେ କିଛି ବି ଉଣା କରି ନଥିଲେ। ବିକ୍ରମ ଯାଦବ ନିକଟରେ ଜୁନିୟର ନ୍ୟାସନାଲ ବଡି ବିଲଡିଂ ଚମ୍ପିୟାନସିପ୍‌ରେ ସିଲଭର ମେଡାଲ ଜିତିଛନ୍ତି।

ବିକ୍ରମ ପ୍ରତିଦିନ ୬ଘଣ୍ଟା ପର୍ଯ୍ୟନ୍ତ ଜିମ୍‌ କରି ଥାଆନ୍ତି ଓ ଅନ୍ତଜାର୍ତୀୟସ୍ତରରେ ଯିବାକୁ ପ୍ରସ୍ତୁତ ହେଉଛନ୍ତି। ବିକ୍ରିମଙ୍କ ପ୍ରତିମାସରେ ଖାଦ୍ୟ ପାଇଁ ୫୦ହଜାରରୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେଉଛି। ପିଲାଟି ଦିନକୁ ବଡି ବିଲଡର୍ ବନିବାର ସ୍ୱପ୍ନ ଦେଖୁଥିବା ବିକ୍ରମଙ୍କ କହିବାନୁସାରେ, ତାଙ୍କର ଏହି ଯାତ୍ରା ସହଜ ନ ଥିଲା। ଏହି ସଫଳତା ପାଇବା ପଛରେ ତାଙ୍କ ପରିବାରର ସମ୍ପୂର୍ଣ୍ଣ ସହଯୋଗ ରହିଛି। ତାଙ୍କ ପିତା ଏକ ଘରୋଇ କମ୍ପାନିରେ ଚାକିରି କରୁଥିଲେ। କିନ୍ତୁ ପରେ ସେ ଏହି ଚାକିରି ଛାଡି ଦେଇଥିଲେ।

ବିକ୍ରମ ବଡ଼ି ବିଲଡିଂ ସହିତ ଜିମକୁ ଆସୁଥିବା ଲୋକମାନଙ୍କୁ ଟ୍ରେନିଂ ଦେଇଥାଆନ୍ତି। ସେ ଅନ୍‌ଲାଇନ୍‌ରେ ବି ଲୋକମାନଙ୍କୁ ବଡ଼ିବଲିଡିଂ ବିଷୟରେ ଶିକ୍ଷା ଦେଇ ଥାଆନ୍ତି। ଏଥିରୁ ସେ ଯାହା ରୋଜଗାର କରନ୍ତି ତାହାକୁ ସେ ନିଜ ବଡିବିଲଡିଂରେ ଖର୍ଚ୍ଚ କରି ଥାଆନ୍ତି।

ସମ୍ବନ୍ଧିତ ଖବର