ବିଦେଶ ଗସ୍ତ ବେଳେ ପୁଟିନଙ୍କ ମଳ-ମୂତ୍ର ସଂଗ୍ରହ କରିବାକୁ ସାଥିରେ ଯାଆନ୍ତି ସ୍ବତନ୍ତ୍ର ବଡିଗାର୍ଡ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଆକ୍ରମଣ କରି ସାରା ବିଶ୍ବ ପାଇଁ ବିବାଦୀୟ ହୋଇପଡ଼ିଥିବା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବେ ଆଉ ଏକ କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ବିଦେଶ ଗସ୍ତ ବେଳେ ପୁଟିନଙ୍କ ମଳ-ମୂତ୍ର ସଂଗ୍ରହ କରିବାକୁ ସାଥିରେ ସ୍ବତନ୍ତ୍ର ବଡିଗାର୍ଡ ଯାଆନ୍ତି ବୋଲି ଜଣାପଡ଼ିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଯେତେବେଳେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବିଦେଶ ଗସ୍ତରେ ଯାଆନ୍ତି, ସେତେବେଳେ ସେ ସ୍ୱତନ୍ତ୍ର ବଡିଗାର୍ଡଙ୍କ ସହିତ ଯାଆନ୍ତି, ଯେଉଁମାନଙ୍କ କାମ କ’ଣ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ରିପୋର୍ଟ ଅନୁଯାୟୀ, ଏହି ସ୍ବତନ୍ତ୍ର ବଡିଗାର୍ଡମାନେ ପୁଟିନଙ୍କ ମଳ-ମୂତ୍ର ସଂଗ୍ରହ କରି ଏକ ସୁଟକେସରେ ମସ୍କୋକୁ ପଠାନ୍ତି। ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବା ଏବଂ ତାଙ୍କର ଆବଶ୍ୟକତା ପୂରଣ କରିବାର ଦାୟିତ୍ବ ମଧ୍ୟ ତାଙ୍କୁ ଦିଆଯାଇଥାଏ।

ଫ୍ରାନ୍ସର ନ୍ୟୁଜ୍ ମାଗାଜିନ ପ୍ୟାରିସ୍ ମ୍ୟାଚ୍ ରେ ସାମ୍ବାଦିକ ରେଜିସ୍ ଜେ‌ନ୍ତେ ରୁଷର ୧୩ ବର୍ଷର ନୀତି ବିଷୟରେ ଲେଖିଛନ୍ତି। ଏଥିରେ ସେ ଏହି କଥା ମଧ୍ୟ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି ଯେ ପୁଟିନଙ୍କ ମଳ-ମୂତ୍ର କରିବା ପାଇଁ ଫେଡେରାଲ ପ୍ରୋଟେକ୍ଟିଭ୍ ସର୍ଭିସର ଏଜେଣ୍ଟମାନେ ତାଙ୍କ ସହ ଯାଇଥାନ୍ତି। ଏହି ସ୍ବତନ୍ତ୍ର ବଡିଗାର୍ଡମାନେ ପୁଟିନଙ୍କ ମଳ-ମୂତ୍ର ସଂଗ୍ରହ କରି ଏକ ସୁଟକେସରେ ମସ୍କୋକୁ ପଠାନ୍ତି।

ପୁଟିନଙ୍କ ସ୍ୱାସ୍ଥ୍ୟ ପ୍ରତି ଏଜେନ୍ସି ବହୁତ ସତର୍କ ରହିଥାଏ। ମଳ-ମୂତ୍ର ସଂଗ୍ରହ କରି ଏକ ସୁଟକେସରେ ମସ୍କୋକୁ ପଠାଯିବା ପରେ ଏହାର ପରୀକ୍ଷା କରାଯାଏ ଏବଂ ତାଙ୍କ ଶରୀରରେ କୌଣସି ରୋଗର ବିକାଶ ହେଉଛି କି ନାହିଁ ତାହା ଦେଖାଯାଇଥାଏ। ଏହା ବ୍ୟତୀତ ଅନ୍ୟ କୌଣସି ଦେଶକୁ ପୁଟିନଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ଯେମିତି ଜଣାନପଡ଼ୁ, ସେଥିପ୍ରତି ଧ୍ୟାନ ଦିଆଯାଇଥାଏ। ସାମ୍ବାଦିକ ଦାବି କରିଛନ୍ତି ଯେ ୨୦୧୯ରେ ପୁଟିନ ସାଉଦି ଆରବ ଗସ୍ତରେ ଆସିଥିବା ବେଳେ ସେ ଏହା ବିଷୟରେ ଜାଣିଥିଲେ। ଏହା ବ୍ୟତୀତ, ଯେତେବେଳେ ସେ ଫ୍ରାନ୍ସ ଯାଇଥିଲେ, ସେତେବେଳେ ପୁଟିନ ନିଜର ବଡିଗାର୍ଡଙ୍କ ସହ ଶୌଚାଳୟକୁ ଯାଉଥିବାର ଦେଖିଥିଲେ।

ସମ୍ବନ୍ଧିତ ଖବର