ଏହି କାରଣରୁ ୧୦୦ଦିନ ପର୍ଯ୍ୟନ୍ତ ମହିଳା ପିନ୍ଧିଥିଲେ ଗୋଟିଏ ପୋଷାକ !

ନୂଆଦିଲ୍ଲୀ: ସାଧାରଣତଃ ଦେଖାଯାଇଥାଏ ସ୍ନାନ କରିବା ପରେ ଯେଉଁ ପୋଷାକ ପିନ୍ଧା ଯାଇଥାଏ ତାହାକୁ ବଦଳାଇ ଲୋକେ ଆଉ ଗୋଟିଏ ପୋଷାକ ପିନ୍ଧି ଥାଆନ୍ତି। ନିକଟରେ ଜଣେ ମହିଳା ତାଙ୍କର ଗୋଟିଏ ଡ୍ରେସକୁ ଲଗାତାର ୩ ମାସରୁ ଅଧିକ ଅର୍ଥାତ ୧୦୦ଦିନ ପିନ୍ଧି ରେକର୍ଡ ସୃଷ୍ଟି କରିଛନ୍ତି।

୨୦୨୦ ମସିହା ୧୬ ସେପ୍ଟେମ୍ବର ୧୦୦ ଦିନିଆ ଡ୍ରେସ୍ ଚ୍ୟାଲେଞ୍ଜରେ ଉକ୍ତ ମହିଳା ଜଣକ ଅଂଶଗ୍ରହଣ କରିଥିଲେ। ଏହାପ‌ରେ ମହିଳ ଜଣକ ଗୋଟିଏ ଡ୍ରେସକୁ ୧୦୦ଦିନ ପର୍ଯ୍ୟନ୍ତ ପିନ୍ଧି ଚର୍ଚ୍ଚ ଯିବା ସହ ଅନ୍ୟାନ୍ୟ କାର୍ଯ୍ୟରେ ବି ଯାଇଥିଲେ। ଏମିତି କି ଖ୍ରୀଷ୍ଟମାସରେ ବି ସେ ଏହାକୁ ପିନ୍ଧିଥିଲେ। ଏଥିସହିତ ଆବଶ୍ୟକ ପଡ଼ିଲେ ସେ ଏହି ଡ୍ରେସ ଉପରେ ରଙ୍ଗୀନ ଜ୍ୟାକେଟ ପିନ୍ଧି ଯାଇଥାଆନ୍ତି। ୧୦୦ଦିନ ପର୍ଯ୍ୟନ୍ତ ସେ ନିଜର ଏହି ଡ୍ରେସିଂ ଷ୍ଟାଇଲକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ।

 

 

View this post on Instagram

 

A post shared by SRC (@thisdressagain)

ଡ୍ରେସ୍ ଚ୍ୟାଲେଞ୍ଜରେ ସାମିଲ ହେବାକୁ ନେଇ ସାରା କହିଥିଲେ, ବୃଦ୍ଧି ପାଉଥିବା ଲାଟେଷ୍ଟ ଫ୍ୟାସନରୁ ଦୂରରେ ରହିବା ସହିତ ନିଜ ଜୀବନକୁ ସାଧାରଣ ଭାବେ ବଞ୍ଚିବାକୁ ଏହି ଡ୍ରେସ ଚ୍ୟାଲେଞ୍ଜରେ ଭାଗ ନେଇଥିଲି। ଏହି ଡ୍ରେସ୍ ଚ୍ୟାଲେଞ୍ଜରେ ଯେଉଁମାନେ ଭାଗ ନେଇଥିଲେ ସେମାନଙ୍କୁ ବିଜୟୀ ହେବା ପରେ ଡ୍ରେସ୍ କିଣିବାକୁ ୧୦୦ ଆମେରିକୀୟ ଡଲାରର ଭାଉଚର ମିଳିଛି ।

ସମ୍ବନ୍ଧିତ ଖବର