୩୪ କିଲୋଗ୍ରାମ୍‌ ଓଜନର ବିଶ୍ୱର ବୃହତ୍ତମ ଓ ସବୁଠାରୁ ଭାରୀ ମୁକ୍ତା

ବିଶ୍ୱର ବୃହତ୍ତମ ଓ ସବୁଠାରୁ ଭାରୀ ମୁକ୍ତାର ଓଜନ ୩୪ କିଲୋଗ୍ରାମ୍‌। ଦୈର୍ଘ୍ୟ ଓ ପ୍ରସ୍ଥ ଯଥାକ୍ରମେ ୨.୨ ଫୁଟ୍‌ ଏବ˚ ୧ ଫୁଟ୍‌। ଫିଲପିନ୍‌ସ ଅନ୍ତର୍ଗତ ପଲାଓ୍ୱାନ୍‌ ଦ୍ୱୀପର ଜଣେ ଧୀବର ସମୁଦ୍ରରୁ ବିଶାଳ ମୁକ୍ତାଟିକୁ ପାଇଥିଲେ। ମୁକ୍ତାରେ ତାଙ୍କ ଡଙ୍ଗା ଲାଖିରହିବାରୁ ପାଣିରେ ପଶି ବାହାର କରିବା ସହ ଘରକୁ ଆଣିଥିଲେ। ତେବେ, ସେଇଟି ମୁକ୍ତା ବୋଲି ଜାଣି ନ ପାରି, ପଥର ଭାବି ଘରେ ରଖିଥିଲେ। ମୁକ୍ତା ପାଇବାର ପ୍ରାୟ ଦଶ ବର୍ଷ ପରେ ତାଙ୍କୁ ଘର ଛାଡ଼ି ଆଉ ଏକ ସ୍ଥାନକୁ ଯିବାକୁ ପଡ଼ିଥିଲା। ତେଣୁ, ଆଇଲିନ୍‌ ସିନ୍ଥିଆ ମାଗି-ଆମୁରୋ ନାମା ସ˚ପର୍କୀୟାଙ୍କୁ ଦେଇଥିଲେ। ଆଇଲିନ୍‌ ପର୍ଯ୍ୟଟନ ବିଭାଗରେ କାମ କରୁଥିବା ଅଧିକାରୀ। ପଥରଟି ବାବଦରେ ସନ୍ଦେହ ହେବାରୁ ବିଶେଷଜ୍ଞଙ୍କ ଦ୍ୱାରା ସେଇଟିକୁ ଯାଞ୍ଚ କରାଇ, ମୁକ୍ତା ବୋଲି ଜାଣିବା ପରେ ସ୍ଥାନୀୟ ମେୟର‌୍‌ଙ୍କ ଜିମା ଦେଇଥିଲେ। ତାହା ପରଠାରୁ ବିଶାଳ ମୁକ୍ତାଟି କଡ଼ା ନିରାପତ୍ତା ମଧ୍ୟରେ ସିଟି ହଲ୍‌ରେ ପ୍ରଦର୍ଶିତ ହେଉଛି।

ସମ୍ବନ୍ଧିତ ଖବର