ମୋର୍ଗାନ ମାଡ଼ରେ ଆଫଗାନ୍‌ ଧ୍ବସ୍ତ

ଇଂଲଣ୍ଡ ୧୫୦ ରନ୍‌ରେ ଜିତିଲା

ମାଞ୍ଚେଷ୍ଟର୍‌: ଚଳିତ ବିଶ୍ବକପ୍‌ର ସର୍ବାଧିକ ଦଳଗତ ସ୍କୋର, ସର୍ବାଧିକ ଛକା, ସର୍ବୋଚ୍ଚ ଭାଦୀଦାରି ଦେଖାଇଥିବା ମ୍ୟାଚ୍‌ରେ ମଙ୍ଗଳବାର ଇଂଲଣ୍ଡ ୧୫୦ ରନ୍‌ରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ଏଥି ସହିତ ଆୟୋଜକ ଇଂଲଣ୍ଡ ପଞ୍ଚମ ମ୍ୟାଚ୍‌ରୁ ଚତୁର୍ଥ ବିଜୟ ସହିତ ଅଷ୍ଟ୍ରେଲିଆ ସହ ଶୀର୍ଷରେ ଯୋଗ ଦେଇଛି। ଅନ୍ୟପକ୍ଷରେ ଆଫଗାନିସ୍ତାନ ପଞ୍ଚମରୁ ପଞ୍ଚମ ପରାଜୟ ସହିତ ଆନୁଷ୍ଠାନିକ ଭାବେ ସେମିଫାଇନାଲ‌ ଦୌଡ଼ରୁ ବାଦ୍ ପଡ଼ିଛି।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ୩୯୭ ରନ୍‌ର ବଡ଼ ସ୍କୋର୍ ଛିଡ଼ା କରିଥିଲା। ଗୋଟିଏ ଶତକ ଏବଂ ଦୁଇଟି ଶତକୀୟ ଭାଗୀଦାରି (୧୨୦ ଏବଂ ୧୮୯) ବଳରେ ଦଳ ଚଳିତ ବିଶ୍ବକପ୍‌ର ସର୍ବୋଚ୍ଚ ଦଳଗତ ସ୍କୋର କରିଥିଲା। ଅଧିନାୟକ ଇଅନ୍ ମୋର୍ଗାନ (୧୪୮, ୭୧ ବଲ, ୪‌ ଚୌକା, ୧୭ ଛକା) ମାତ୍ର ୫୭ବଲରୁ ଶତକ ପୂର୍ଣ୍ଣ କରିଥିଲେ। ଜନି ବେୟାରଷ୍ଟୋ (୯୦, ୯୯ ବଲ, ୮ ଚୌକା, ୩ ଛକା) ଏବଂ ଜୋ ରୁଟ୍ (୮୮, ୮୨ ବଲ୍‌, ୫ ଚୌକା, ୧ ଛକା) ଶତକରୁ ବଞ୍ଚିତ ରହିଥିଲେ। ଶେଷ ଭାଗରେ ମୋଇନ୍ ଅଲୀ ୯ ବଲରୁ ୩୧*ରନ୍ (୧ ଚୌକା, ୪ ଛକା) ସଂଗ୍ରହ କରି ମଧ୍ୟ ଆଫଗାନିସ୍ତାନ ବୋଲରଙ୍କୁ ଧୂଲେଇ କରିଥିଲେ। ରସିଦ୍ ଖାନ୍ ତାଙ୍କ ୯ ଓଭରରେ ୧୧୦ ରନ୍ ଦେଇ ବିଶ୍ବକପ୍‌ ଇତିହାସର ସବୁଠୁ ଖରାପ ବୋଲିଂ ଚିତ୍ର ପାଇଥିଲେ। ଜବାବରେ ଆଫଗାନିସ୍ତାନ ୫୦ ଓଭରରେ ୨୪୭/୮ରେ ସୀମିତ ରହିଯାଇଥିଲା। ହସ୍ମାତୁଲ୍ଲା ସାହିଦି (୭୬, ୧୦୦ ବଲ) ଏକମାତ୍ର ଅର୍ଧଶତକ ହାସଲ କରିଥିଲେ। ଇଂଲଣ୍ଡ ପକ୍ଷରୁ ଜୋର୍ଫା ଆର୍ଚର ଏବଂ ଆଦିଲ ରସିଦ୍‌ ୩-୩ ୱିକେଟ୍‌ ନେଇଥିଲେ। ମୋର୍ଗାନ୍ ମ୍ୟାଚ୍‌ର ଶ୍ରେ‌ଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ଦ୍ରୁତତମ ବିଶ୍ବକପ୍‌ ଶତକ
୫୦ ବଲ୍‌-କେଭିନ୍ ଓ’ବ୍ରାଏନ୍, ଆୟର୍ଲାଣ୍ଡ୍ ବନାମ ଇଂଲଣ୍ଡ, ବେଙ୍ଗାଲୁରୁ, ୨୦୧୧
୫୧ ବଲ୍‌-ଗ୍ଲେନ୍ ମ୍ୟାକ୍ସୱେଲ୍‌, ଅଷ୍ଟ୍ରେଲିଆ ବନାମ ଶ୍ରୀଲଙ୍କା, ସିଡନି, ୨୦୧୫
୫୨ ବଲ୍-ଏବି ଡି’ଭିଲିୟର୍ସ, ଦକ୍ଷିଣ ଆଫ୍ରିକା ବନାମ ୱେଷ୍ଟଇଣ୍ଡିଜ୍, ସିଡନି, ୨୦୧୫
୫୭ ବଲ୍‌-ଇଅନ୍ ମୋର୍ଗାନ, ଇଂଲଣ୍ଡ ବନାମ ଆଫାଗାନିସ୍ତାନ, ମା‌ଞ୍ଚେଷ୍ଟର୍‌, ୨୦୧୯
୬୭ ବଲ୍-ମାଥ୍ୟୁ ହେ‌ଡେନ୍, ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା, ସେଣ୍ଟ୍ କିଟ୍ସ, ୨୦୦୭
୬୭ ବଲ୍‌-ଜାସନ ଡାଭିସନ୍, କାନାଡ଼ା ବନାମ ୱେଷ୍ଟଇଣ୍ଡିଜ୍‌, ସେଞ୍ଚୁରିଅନ୍, ୨୦୦୩

ରସିଦଙ୍କ ଅଲୋଡା କୀର୍ତି: ୦/୧୧୦
କେବଳ ବିଶ୍ବକପ୍‌ ନୁହେଁ କୌଣସି ଦିନିକିଆ ଅନ୍ତର୍ଜାତୀୟରେ ଜଣେ ବୋଲର ୯ ଓଭରରେ ୧୧୦ ରନ୍ ବ୍ୟୟ କରିବାର ବିରଳ କୀର୍ତ୍ତିମାନ ଏବେ ଆଫଗାନିସ୍ତାନର ରସିଦ୍‌ ଖାନଙ୍କ ନାମରେ ରହିବ। ବିଶେଷ କରି ଏହା ଏକ ବିଶ୍ବକପ୍ କୀର୍ତ୍ତିମାନ ରହିଲା। ରସିଦ୍ ୯ ଓଭରରେ ମୋଟ ୧୧୦ ରନ୍ ବ୍ୟୟ କରିଥିଲେ। କିନ୍ତୁ ଦିନିକିଆକୁ ମିଶାଇଲେ ଏହା ତୃତୀୟ ସ୍ଥାନରେ ରହିଛି। ୨୦୦୬ ମସିହାରୋ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମାଇକେଲ୍ ଲୁଇସ୍ ୧୦ ଓଭରରେ ୧୧୩ ରନ୍ ଏବଂ ୨୦୧୬ରେ ନଟିଂହାମରେ ଇଂଲଣ୍ଡ ବିପକ୍ଷରେ ପାକିସ୍ତାନର ୱାହାବ ରିଆଜ ୧୧୦ ରନ୍ ଦେଇଥିଲେ।

ଇଂଲଣ୍ଡର ସର୍ବୋଚ୍ଚ ସ୍କୋର୍‌ ଓ ଭାଗୀଦାରି
ମଙ୍ଗଳବାର ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଇଂଲଣ୍ଡ ମଧ୍ୟ ନିଜ ବିଶ୍ବକପ୍‌ ଇତିହାସରେ ସର୍ବୋଚ୍ଚ ଦଳଗତ ସ୍କୋର୍ ଏବଂ ଯେକୌଣସି ୱିକେଟ୍‌ ପାଇଁ ସର୍ବୋଚ୍ଚ ଭାଗୀଦାରି ପ୍ରତିଷ୍ଠା କରିଥିଲା। ଦଳଗତ ସ୍କୋର୍ (୩୯୭/୬) ପୂର୍ବରୁ ଚଳିତ ବିଶ୍ବକପ୍‌ରେ ବାଂଲାଦେଶ ବିପକ୍ଷ ୩୮୬/୬ ପଛରେ ପଡ଼ିଥିଲା। ଅନ୍ୟପକ୍ଷରେ ଜୋ ରୁଟ୍ ଏବଂ ଇଅନ୍ ମୋର୍ଗାନ୍‌ ୧୮୯ ରନ୍ ଯୋଡ଼ିବା ଥିଲା ସର୍ବୋଚ୍ଚ ଭାଗୀଦାରି। ଯାହାକି ୧୯୭୫ ମସିହାର ପ୍ରଥମ ବିଶ୍ବକପ୍‌ ମ୍ୟାଚ୍‌ର ପ୍ରଥମ ପାଳି (୧୭୬-‌କିଥ୍ ଫ୍ଲେଚର-ଡି ଆମିସ, ଲର୍ଡସ)ରୁ ଦୀର୍ଥ ୪୪ ବର୍ଷ ଧରି ଅତୁଟ ରହିଥିଲା। ଜୋ ରୁଟ ଏବେ ବିଶ୍ବକପ୍‌ର ୫ଟି ଶତକୀୟ ଭାଗୀଦାରିରେ ସଂଶ୍ଲିଷ୍ଟ ରହି ଜାଦେଦ ମିଆଁଦାଦ (୧୯୯୨) ଏବଂ ତିଲକରତ୍ନେ ଦିଲସାନ୍ (୨୦୧୫)ଙ୍କ ସମକକ୍ଷ ହୋଇଛନ୍ତି।

ବିଶ୍ବ କୀର୍ତ୍ତିମାନ ଗଡ଼ିଲା

।ଛକାରେ ବିଶ୍ବ କୀର୍ତ୍ତିମାନ
ଆଫଗାନିସ୍ତାନ-ଇଂଲଣ୍ଡ୍ ମ୍ୟାଚ୍‌ରେ ଏକାଧିକ କୀର୍ତ୍ତିମାନ ନଜରକୁ ଆସିଛି। ଇଂଲଣ୍ଡ ଅଧିନାୟକ ଇଅନ୍ ମୋର୍ଗାନ୍‌ ଖେଳିଥିବା ୭୧ ବଲ୍ ୧୪୮ ରନ୍‌ର ପାଳି ମଧ୍ୟରେ ସାମିଲ ଥିବା ୧୭ ଛକା ପ୍ରଥମେ ବିଶ୍ବ କୀର୍ତ୍ତିମାନ ପ୍ରତିଷ୍ଠା କରିଥିଲା। ଏକଦିବସୀୟ କ୍ରିକେଟରେ‌‌ ଗୋଟିଏ ପାଳିରେ ଏତେ ଛକା ଆଗରୁ‌ କେହି ମାରିନଥିଲେ। ଭାରତର ରୋହିତ ଶର୍ମା, ୱେଷ୍ଟଇଣ୍ଡିଜ୍‌ର କ୍ରିସ୍ ଗେଲ, ଦକ୍ଷିଣ ଆଫ୍ରିକାର ଏବି ଡି’ଭିଲିୟର୍ସ ପୂର୍ବରୁ ସେମାନଙ୍କ ଦିନିକିଆ ପାଳିରେ ସମାନ ୧୬ ଲେଖାଏଁ ଛକା ମାରି ମିଳିତ ଶୀର୍ଷରେ ଥିଲେ। ମୋର୍ଗାନ ନିଜର ୧୭ତମ ଛକା ମାରିବାର ପରବର୍ତୀ ବଲରେ ଆଉଟ୍ ହୋଇଯାଇଥିଲେ। ବିଶ୍ବକପ୍‌ରେ କୀର୍ତିରେ କିନ୍ତୁ ସେ ଗେଲ୍‌ଙ୍କୁ କାଟିଥିଲେ। ଏହି ବାମହାତୀ ବ୍ୟାଟସମ୍ୟାନ୍ ମାତ୍ର ୫୭ ବଲରୁ ଶତକ ହାସଲ କରିବା ବିଶ୍ବକପ୍‌ ଇତିହାସରେ ଚତୁର୍ଥ ଦ୍ରୁତତମ। ଛକା ସହିତ ମଧ୍ୟ ସେ ଏହି ମାଇଲଖୁଣ୍ଟ ଅତିକ୍ରମ କରିଥିଲେ। ବିଶ୍ବକପ୍‌ରେ ଦ୍ରୁତତମ ଶତକ କୀର୍ତ୍ତିମାନ ଏବେ ଆୟର୍ଲାଣ୍ଡର୍ କେଭିନ୍ ଓ’ବ୍ରାଏନଙ୍କ ନାମରେ ରହିଛି। ସେ ୨୦୧୧ରେ ବେଙ୍ଗାଲୁରୁଠାରେ ଇଂଲଣ୍ଡ ବିପକ୍ଷରେ ମାତ୍ର ୫୦ ବଲରୁ ଶତକ ପୂର୍ଣ୍ଣ କରିଥିଲେ। ମଙ୍ଗଳବାର ମାତ୍ର ଗୋଟିଏ ସଟ୍ ପାଇଁ ମୋର୍ଗାନ୍‌ ବିଶ୍ବକପ୍‌ରେ ଇଂଲଣ୍ଡ ପାଇଁ ସର୍ବାଧିକ ବ୍ୟକ୍ତିଗତ‌‌ ସ୍କୋରରୁ ବଞ୍ଚିତ ହୋଇଥିଲେ। ଏହି କୀର୍ତ୍ତିମାନ ଆଣ୍ଡ୍ରିଉ ଷ୍ଟ୍ରସ୍ (୧୫୮ ବନାମ ଭାରତ, ୨୦୧୧) ଏବଂ ଜାସନ୍ ରଏ (୧୫୩ ବନାମ ବାଂଲାଦେଶ, ୨୦୧୯)ଙ୍କ ନାମରେ ରହିଛି।
। ‌େଗାଟିଏ ପାଳିରେ ସର୍ବାଧିକ ଛକା
ଗୋଟିଏ ପାଳିରେ ସର୍ବାଧିକ ଛକାର ବିଶ୍ବକପ୍‌ କୀର୍ତିମାନକୁ ବି ଇଂଲଣ୍ଡ ନିଜ ନାମରେ କରି ନେଇଥିଲା। ମୋଟ ୨୫ ଛକା ମାରିଥିଲେ ଇଂଲଣ୍ଡ ଖେଳାଳି। ଏ ପର୍ଯ୍ୟନ୍ତ ଗୋଟିଏ ବିଶ୍ବକପ୍‌ ପାଳିରେ ସର୍ବାଧିକ ଛକାର କୀର୍ତ୍ତିମାନ ୱେଷ୍ଟଇଣ୍ଡିଜ୍ (୧୯ ବନାମ ଜିମ୍ବା‌ୱେ, କାନବେରା, ୨୦୧୯) ନାମରେ ରହିଥିଲା। ଦିନିକିଆରେ କିନ୍ତୁ ଏହି କୀର୍ତ୍ତିମାନ ପୂର୍ବରୁ ଇଂଲଣ୍ଡ ନାମରେ ଥିଲା। ଚଳିତ ବର୍ଷ ଗ୍ରେନାଡାରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଇଂଲଣ୍ଡ ଖେଳାଳିମାନେ ମୋଟ ୨୪ ଛକା ମାରିଥିଲେ।
। ମ୍ୟାଚ୍‌ ଛକାରେ ବିଶ୍ବକପ୍‌ କୀର୍ତ୍ତିମାନ
ଅନ୍ୟପକ୍ଷରେ ଗୋଟିଏ ମ୍ୟାଚ୍‌ରେ ସର୍ବାଧିକ‌ ମୋଟ ଛକାରେ ମଙ୍ଗଳବାରର ଆଫଗାନିସ୍ତାନ-ଇଂଲଣ୍ଡ ମୁକାବିଲା ଦିନିକିଆରେ ତୃତୀୟ ସ୍ଥାନକୁ ଉଠିଥିଲେ ମଧ୍ୟ ବିଶ୍ବକପ୍‌ରେ ସର୍ବାଧିକ କୀର୍ତ୍ତିମାନ କରିଛି। ଦିନିକିଆରେ ସର୍ବାଧିକ ୪୬ ଛକା ଚଳିତ ବର୍ଷ ପ୍ରାରମ୍ଭରେ ଖେଳାଯାଇଥିବା ଇଂଲଣ୍ଡ-ୱେଷ୍ଟଇଣ୍ଡିଜ୍ ଗ୍ରେନାଡ଼ା ଦିନିକିଆରେ ଦେଖିବାକୁ ମିଳିଥିଲା। ୨୦୧୩ ମସିହାର ଭାରତ-ଅଷ୍ଟ୍ରେଲିଆା ବେଙ୍ଗାଲୁରୁ ଦିନିକିଆରେ ମୋଟ ୩୮ ଛକା ଦେଖିବାକୁ ମିଳିଥିଲା। ମଙ୍ଗଳବାର ଇଂଲଣ୍ଡ-ଆଫଗାନିସ୍ତାନ ମାଞ୍ଚେଷ୍ଟର ମ୍ୟାଚ୍‌ରେ କିନ୍ତୁ‌ ମୋଟ ୩୩ ଛକା ବର୍ଷିଥିଲା। ଇଂଲଣ୍ଡ ପାଳିରେ ୨୫ ଏବଂ ଆଫଗାନ ପାଳିରେ ୮ ଛକା ଆସିଥିଲା। ବିଶ୍ବକପ୍‌ରେ ଏହା ନ୍ୟୁଜିଲାଣ୍ଡ-‌ୱେଷ୍ଟଇଣ୍ଡିଜ୍ (ୱେଲିଂଟନ୍, ୨୦୧୫)କୁ କାଟିଥିଲା। ୱେଲିଂଟନ୍‌ରେ ୩୧ ଛକା ମାରିଥିଲେ ଉଭୟ ଦଳ ଖେଳାଳି।

ଇଂଲଣ୍ଡ-ଆଫ୍‌ଗାନିସ୍ତାନ ସ୍କୋର‌୍‌ କାର୍ଡ

ଇଂଲଣ୍ଡ: ୩୯୭/୬
ଜେମ୍ସ ଭିନ୍‌ସେ-କ-ମୁଜିବ-ବୋ-ଡି ଜର୍ଦାନ-୨୬
ଜନି ବେୟାରଷ୍ଟୋ-କ-ବୋ-ନାଏବ-୯୦
ଜୋ ରୁଟ୍‌-କ-ରହମତ-ବୋ-ନାଏବ- ୮୮
ମୋର୍ଗାନ-କ-ରହମତ-ବୋ-ଡି ଜର୍ଦାନ-୧୪୮
ଜୋସ୍‌ ବଟ୍ଟଲର-କ-ନବି-ବୋ-ଡି ଜର୍ଦାନ-୦୨
ବେନ୍‌ ଷ୍ଟୋକ୍ସ-ବୋ-ଡି ଜର୍ଦାନ-୦୨
ମୋଇନ ଅଲ୍ଲୀ-ଅପରାଜିତ-୩୧
କ୍ରିସ୍‌ ୱକ୍ସ-ଅପରାଜିତ-୦୧
ଅତିରିକ୍ତ- (ଏଲ୍‌ବି-୧, ନୋ-୧, ୱାଇଡ୍‌-୭)-୦୯
ମୋଟ-(୫୦ ଓଭର, ୬ ୱିକେଟ୍‌)-୩୯୭
ୱିକେଟ୍‌ ପତନ: ୧/୪୪, ୨/୧୬୪, ୩/୩୫୩, ୪/୩୫୯, ୫/୩୬୨, ୬/୩୭୮।
ବୋଲି˚: ମୁଜିବ ଉର୍‌ ରହମାନ ୧୦-୦-୪୪-୦, ଦୱଲତ ଜର୍ଦାନ ୧୦-୧-୮୫-୩, ମହମ୍ମଦ ନବି ୯-୦-୭୦-୦, ଗୁଲବଦିନ ନାଏବ ୧୦-୦-୬୮-୩, ରହମତ ସାହ ୨-୦-୧୯-୦, ରସିଦ ଖାନ ୯-୦-୧୧୦-୦।
ଆଫଗାନିସ୍ତାନ: ୨୪୭/୮
ନୁର ଅଲ୍ଲୀ ଜର୍ଦାନ-ବୋ-ଅର୍ଚର-୦୦
ଗୁଲବଦିନ ନାଏବ-କ-ବଟ୍ଟଲର-ବୋ-ଉଡ୍‌-୩୭
ରହମତ ସାହ-କ-ବେୟାରଷ୍ଟୋ-ବୋ-ଆଦିଲ-୪୬
ହସମତୁଲ୍ଲା ସାହିଦି-ବୋ-ଆର୍ଚର-୭୬
ଅସଘର ଆଫ୍‌ଘାନ-କ-ରୁଟ୍‌-ବୋ-ଆଦିଲ-୪୪
ମହମ୍ମଦ ନବି-କ-ଷ୍ଟୋକ୍ସ-ବୋ-ଆଦିଲ-୦୯
ନଜିବୁଲ୍ଲା ଜର୍ଦାନ-ବୋ-ଉଡ୍‌-୧୫
ରସିଦ ଖାନ୍‌-କ-ବେୟାରଷ୍ଟୋ-ବୋ-ଅାର୍ଚର-୦୮
ଇକ୍ରମ ଅଲ୍ଲୀଖିଲ-ଅପରାଜିତ-୦୩
ଦୱଲତ ଜର୍ଦାନ-ଅପରାଜିତ-୦୦
ଅତିରିକ୍ତ- (ଲେବା-୧, ୱାଇଡ୍‌-୮)-୦୯
ମୋଟ-(୫୦ ଓଭର,୮ ୱିକେଟ୍‌)-୨୪୭
ୱିକେଟ୍‌ ପତନ: ୧/୪, ୨/୫୨, ୩/୧୦୪, ୪/୧୯୮, ୫/୨୧୦, ୬/୨୩୪. ୭/୨୩୪, ୮/୨୪୭।
ବୋଲି˚: କ୍ରିସ୍‌ ଓକ୍ସ ୯-୦-୪୧-୦, ଜୋଫ୍ରା ଆର୍ଚର ୧୦-୧-୫୨-୩, ମୋଇନ ଅଲ୍ଲୀ ୭-୦-୩୫-୦, ମାର୍କ ଉଡ ୧୦-୧-୪୦-୨, ବେନ୍‌ ‌େ‌ଷ୍ଟାକ୍ସ ୪-୦-୧୨-୦, ଆଦିଲ ରସିଦ ୧୦-୦-୬୬-୩।

ସମ୍ବନ୍ଧିତ ଖବର