ଇତିହାସ ରଚିଲେ ମେସି

ବାର୍ସିଲୋନା: ବାର୍ସିଲୋନାର ଆର୍ଜେଣ୍ଟିନା ତାରକା ଲିଓନେଲ ମେସି ମଙ୍ଗଳବାର କୀର୍ତିମାନ ସହ ପଞ୍ଚମ ଥର ଲାଗି ସୁନା ଜୋତା ଜିତିଛନ୍ତି। ୟୁରୋପର ସର୍ବାଧିକ ଗୋଲ୍‌ ସ୍କୋରର୍‌ (୬୮ ମ୍ୟାଚ୍‌, ୩୪ ଗୋଲ୍‌) ଭାବେ ବର୍ଷ ଶେଷ କରି ଏହି ପୁରସ୍କାର ଜିତି ଇତିହାସ ରହିଛନ୍ତି। ସର୍ବାଧିକ ଗୋଲ୍‌ ତାଲିକାରେ ତାଙ୍କ ପଛକୁ ଲିଭରପୁଲର ମହମ୍ମଦ ସଲାହ ଏବଂ ଟଟନ୍‌ହାମର ହାରି କନେ ରହିଛନ୍ତି। ସେହିଭଳି ଚଳିତ ବର୍ଷ ରିଅଲ୍‌ ମାଦ୍ରିଦ୍‌ ପକ୍ଷରୁ ୫୨ ମ୍ୟାଚ୍‌ ଖେଳି ୨୬ ଗୋଲ୍‌ ଦେଇଥିବା କ୍ରିଷ୍ଟିଆନୋ ରୋନାଲ୍‌ଡୋ ଚାରି ଥର ସୁନା ଜୋତା ଜିତି ସାରିଛନ୍ତି।

ସମ୍ବନ୍ଧିତ ଖବର