ରାଜ୍ୟ ଭଲିବଲ୍‌ ପ୍ରତିଯୋଗିତା ଉଦ୍‌ଘାଟିତ

ଭୁବନେଶ୍ବର: କାମାକ୍ଷାନଗରଠାରେ ୬୭ତମ ରାଜ୍ୟ ବରିଷ୍ଠ ଭଲିବଲ୍ ପ୍ରତିଯୋଗିତା ଗୁରୁବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିବସରେ ପୁରୁଷ ବର୍ଗରେ ଭୁବନେଶ୍ବର ୨-୦ରେ ଗଞ୍ଜାମକୁ, କେନ୍ଦ୍ରାପଡ଼ା ୨-୦ରେ ବାଲେଶ୍ବରକୁ, ପୁରୀ ୨-୦ରେ କଳାହାଣ୍ଡିକୁ, ସମ୍ବଲପୁର ୨-୦ରେ ଝାରସୁଗୁଡ଼ାକୁ, ବାଲେଶ୍ବର ୨-୦ରେ ଭୁବନେଶ୍ବରକୁ ଏବଂ ମହିଳାରେ କିଟ୍ ୨-୦ରେ ଜଗତସିଂହପୁରକୁ, ରେଳବାଇ ୨-୦ରେ କଟକକୁ, ରାଉରକେଲା ୨-୦ରେ କଟକକୁ, ବାଲେଶ୍ବର ୨-୦ରେ କେନ୍ଦୁଝରକୁ ଏବଂ ପାରାଦୀପ ୨-୧ରେ ଖୋର୍ଧାକୁ ପରାସ୍ତ କରିଛି। ଏହି ପ୍ରତିଯୋଗିତାକୁ ଶିଳ୍ପ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଳିକ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଓଡ଼ିଶା ରାଜ୍ୟ ଭଲିବଲ୍‌ ସଂଘର କାର୍ଯ୍ୟକାରୀ ସଭାପତି ସଂଜୟ ଦାସ ଏବଂ ଉପ ସଭାପତି ଆକମଲ ଅଲୀ, ସାଧାରଣ ସମ୍ପାଦକ ଡକ୍ଟର ଗଗନେନ୍ଦୁ ଦାଶ ପ୍ରମୁଖ ଅନ୍ୟତମ ଅତିଥିଭାବେ ଯୋଗ ଦେଇଥିଲେ। ୫ ଦିନିଆ ଏହି ପ୍ରତିଯୋଗିତାରେ ୩୦ ପୁରୁଷ ଏବଂ ୨୧ ମହିଳା ଦଳ ଭାଗ ନେଇଛନ୍ତି।

ସମ୍ବନ୍ଧିତ ଖବର