ରାଜ୍ୟ କୁସ୍ତି ପ୍ରତିଯୋଗିତା ଉଦ୍‌ଯାପିତ

କଟକ: ଓଡିଶା କୁସ୍ତି ସଂଘ ଆନୁକୁଲ୍ୟରେ ବାରବାଟୀ ଷ୍ଟାଡିୟମ କ୍ଲବ ହାଉ୍ସଠାରେ ଚାଲିଥିବା ରାଜ୍ୟ କୁସ୍ତି ପ୍ରତିଯୋଗିତା ବୁଧବାର ଉଦ୍‌ଯାପିତ ହୋଇଛି। ଏଥିରେ ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରାୟ ୧୫୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ସମସ୍ତ କୃତି ପ୍ରତିଯୋଗୀମାନେ ଜାତୀୟ ପ୍ରତିଯୋଗିତାରେ ଓଡ଼ିଶାକୁ ପ୍ରତିନିଧିତ୍ବ କରିବେ। ବରିଷ୍ଠ ପ୍ରତିଯୋଗୀମାନେ ଆସନ୍ତା ନଭେମ୍ବର ୧୧ ରୁ ୧୩ ଯାଏଁ ଉତ୍ତରପ୍ରଦେଶ, କନିଷ୍ଠ ପ୍ରତିଯୋଗୀମାନେ ଆସନ୍ତା ନଭେମ୍ବର ୧ ଓ ୨ ତାରିଖରେ ହରିଆଣା ଏବଂ ୧୫ ବର୍ଷରୁ କମ୍‌ କୃତି ପ୍ରତିଯୋଗୀମାନେ ଡିସେମ୍ବର ୧୫ରୁ ୧୭ ଯାଏଁ ଝାଡ଼ଖଣ୍ଡରେ ହେବାକୁ ଥିବା ଜାତୀୟ କୁସ୍ତି ପ୍ରତିଯୋଗିତା ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।
ବୁଧବାର ଶେଷ ହୋଇଥିବା ବିଭିନ୍ନ ବୟସବର୍ଗର ଇଭେଣ୍ଟଗୁଡ଼ିକ ମଧ୍ୟରୁ ବରିଷ୍ଠ ବିଭାଗର ୫୭ କେଜିରେ ପ୍ରଶାନ୍ତ ବିଶ୍ବାଳ, ୬୧ କେଜିରେ ଜନେଶ୍ବର ପାଇକେରା, ୬୫ କେଜିରେ ପ୍ରତାପ ପ୍ରଧାନ, ୭୦ କେଜିରେ କୃଷ୍ଣଚନ୍ଦ୍ର ଖୁଣ୍ଟିଆ, ୭୪ କେଜିରେ କେଦାର ଦଳାଇ, ୮୬ କେଜିରେ ଶ୍ୟାମସୁନ୍ଦର ମହାପାତ୍ର, ୯୨ କେଜିରେ ଅରୁପାନନ୍ଦ ବେହେରା, ମହିଳା ବିଭାଗ ୫୦ କେଜିରେ ଅନୁପମା ସ୍ବାଇଁ, ୫୩ କେଜିରେ ଆଲୋକରଶ୍ମୀ ଗୁରୁ, ୫୫ କେଜିରେ ସୁପ୍ରିୟା ମହାପାତ୍ର, ୫୭ କେଜିରେ ଶିବାନୀ ଜେନା, ୫୯ କେଜିରେ ଅଜିଜା ବେଗମ୍‌, ୬୨ କେଜିରେ ପାର୍ବତୀ ଦଳାଇ, ୬୫ କେଜିରେ ତେହେରା ଖାତୁନ୍‌, ୬୮ କେଜିରେ ମନୀଷା ବେହେରା, କନିଷ୍ଠ ମହିଳା ୫୦ କେଜିରେ ବନିତା ପାତ୍ର, ୬୦ କେଜିରେ ଦିବ୍ୟଜ୍ୟୋତି ନାୟକ, କନିଷ୍ଠ ପୁରୁଷ ୭୦ କେଜିରେ ପ୍ରଶାନ୍ତ କୁମାର, ୮୦ କେଜିରେ ଜୟନାରାୟଣ ମହାସୁଆର, ୯୦ କେଜିରେ ଦାମୋଦର ମହାପାତ୍ର, ୧୫ ବର୍ଷରୁ କମ୍‌ ବାଳକ ୩୮ କେଜିରେ ରୋହିତ ସାମଲ, ୪୧ କେଜିରେ ଆର୍ଯ୍ୟନ ସାହୁ, ୪୪ କେଜିରେ ଦେବାଶିଷ ପାଣିଗ୍ରାହୀ, ୪୮ କେଜିରେ ରୁଦ୍ର ପ୍ରସାଦ ପଣ୍ଡା, ୫୨ କେଜିରେ ସାଇ ପ୍ରସାଦ ସାମଲ, ୫୭ କେଜିରେ ପ୍ରଭାସ ରଂଜନ ପ୍ରଧାନ, ୬୨ କେଜିରେ ମାଧବାନନ୍ଦ ରଣା, ୬୮ କେଜିରେ ରୁଦ୍ରାଂଶ ମହାପାତ୍ର, ୧୫ ବର୍ଷରୁ କମ୍‌ ବାଳିକା ୩୩ କେଜିରେ ଜୋହୁରୁନ୍‌ ନିଶା, ୩୬ କେଜିରେ ଶୁଭଶ୍ରୀ ପାଲ୍‌, ୩୯ କେଜିରେ ଜ୍ୟୋତି ସେଠୀ, ୪୨ କେଜିରେ ଅନ୍ନପୂର୍ଣ୍ଣା ନାୟକ, ୪୬ କେଜିରେ ପୂଜା ସେଠୀ, ୫୦ କେଜିରେ ସୋନିଆ ନାୟକ, ୫୪‌ କେଜିରେ ଅଂଶିକା ଝୁନ୍‌ଝୁନ୍‌ୱାଲା, ୫୮ କେଜିରେ ପ୍ରତୀକ୍ଷା ବରାଳ ପ୍ରଥମ ହୋଇଛନ୍ତି।

ଓଡିଶା କୁସ୍ତି ସଂଘ ସମ୍ପାଦକ କିଶୋର ବେହେରାଙ୍କ ତତ୍ତ୍ବାବଧାନରେ ଆୟୋଜିତ ଏହି ପ୍ରତିଯୋଗିତାର ଉଦ୍‌ଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ଓଡିଶା ଦୌଡ଼କୁଦ ସଂଘର ସମ୍ପାଦକ ଆଶୀର୍ବାଦ ବେହେରା, ସମ୍ମାନିତ ଅତିଥି ଭାବେ ଜିଲ୍ଲା କ୍ରୀଡ଼ା ଅଧିକାରୀ ରଶ୍ମିରଞ୍ଜନ ସାମନ୍ତରାୟ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା କୁସ୍ତି ସଂଘର ସଭାପତି ରାମଚନ୍ଦ୍ର ପାଢ଼ୀ, କୋଷାଧ୍ୟକ୍ଷ କୁମାର ରାଏ, ନୀଳମଣି ସାହୁ, ଦେବେନ୍ଦ୍ର ସାହୁ, ରବି ଶଙ୍କର ପ୍ରତିହାରୀ, ବିରଜା ପ୍ରସାଦ ଦାସ, କାଳନ୍ଦି ମାଳିଆ ପ୍ରମୁଖ ଉପସ୍ଥିତ ଥିଲେ। ନାରାୟଣ ବେହେରା, ପବିତ୍ର ରାଉତ, ଲକ୍ଷ୍ମୀପ୍ରସାଦ ପଟ୍ଟନାୟକ, ସନ୍ତୋଷ ଦାସ, ଅମ୍ବାଳିକା ଜେନା, ଦିଲ୍ଲୀପ ନାରାୟଣ ଗୁଟୁ, ଶ୍ୟାମସୁନ୍ଦର ମହାପାତ୍ର, କୃଷ୍ଣ ମୋହନ ପାତ୍ର, ସନ୍ତୋଷ ସାହୁ, ଅମିତ ସାହୁ, ସ୍ବପ୍ନେଶ୍ବର ନାୟକ ଖେଳ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର