ସୁପର୍ ଓଭର ନିୟମ ବଦଳିଲା, ଜିମ୍ବାୱେ ଓ ନେପାଳ ଉପରୁ ନିଲମ୍ବନ ପ୍ରତ୍ୟାହୃତ

ଦୁବାଇ: ଗତ ବିଶ୍ବକପ୍‌ ଫାଇନାଲ୍‌ ସୁପର୍ ଓଭରକୁ ଯିବା ପରେ ଉଠିଥିବା ବିବାଦ ପରିପ୍ରେକ୍ଷୀରେ ଆଇସିସି ଏହି ନିୟମକୁ ପ୍ରତ୍ୟାହାର କରି ନେଇଛି। ଏଣିକି ଆଇସିସି ପ୍ରତିଯୋଗିତା ଗୁଡିକର ଫାଇନାଲ୍ ବାରମ୍ବାର ଟାଇ ରହିଲେ ଫଳାଫଳ ବାହାର କରିବା ପର୍ଯ୍ୟନ୍ତ ସୁପର୍ ଓଭର ଖେଳାଯିବ। ସୋମବାର ଏଠାରେ ବସିଥିବା ଆଇସିସିର ବୋର୍ଡ ବୈଠରେ ଏହି ନିଷ୍ପତ୍ତି ହୋଇଛି। ଗତ ବିଶ୍ବକପ୍‌ ଫାଇନାଲ୍ ଦୁଇ ଥର ଟାଇ (ମ୍ୟାଚ୍‌ ଏବଂ ସୁପର୍‌ ଓଭର) ରହିବା ପରେ ସର୍ବାଧିକ ବାଉଣ୍ଡରି ଆଧାରରେ ଇଂଲଣ୍ଡ ବିଜେତା ହୋଇଥିଲା। ଏହାକୁ ନେଇ ପୂର୍ବତନ ଖେଳାଳି ଓ ପ୍ରଶଂସକମାନେ ତୀବ୍ର ସମାଲୋଚନା କରିଥିଲେ। ଅନ୍ୟପକ୍ଷରେ ଜିମ୍ବାୱେ ଏବଂ ନେପାଳକୁ ଆଇସିସି ସଦସ୍ୟ ଭାବେ ପୁନଃ ଗ୍ରହଣ କରିନିଆଯାଇଛି। ସରକାରୀ ହସ୍ତ‌କ୍ଷେପ କାରଣରୁ ଉଭୟ ଦେଶର କ୍ରିକେଟ୍ ବୋର୍ଡକୁ ଗତ ଜୁଲାଇରେ ଆଇସିସି ନିଲମ୍ବିତ କରିଥିଲା। ସେହିଭଳି ମହିଳାଙ୍କ ଆଇସିସି ଇଭେଣ୍ଟ୍ ପୁରସ୍କାର ରାଶିକୁ ମଧ୍ୟ ଆଇସିସି ବଢ଼ାଇଛି।

ସମ୍ବନ୍ଧିତ ଖବର