ବାଙ୍ଗାଲୋର୍‌ ଆଗରେ ୧୭୮ ରନର ବିଜୟ ଲକ୍ଷ୍ୟ ରଖିଲା ରାଜସ୍ଥାନ

ଦୁବାଇ : ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ଚଳିତ ଆଇପିଏଲର ୩୩ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଗରେ ୧୭୮ ରନର ବିଜୟ ଲକ୍ଷ୍ୟ ରଖିଛି ।

ଆଜି ରାଜସ୍ଥାନ ଅଧିନାୟକ ଷ୍ଟିଭେନ ସ୍ମିଥ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ରବିନ ଉଥାପ୍ପା ଓ ବେନ ଷ୍ଟୋକ୍ସ ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । ଉଭୟ ପ୍ରଥମ ଓ୍ଵିକେଟ ଯୋଡ଼ିରେ ୫୦ ରନ କରିଥିଲେ । ଉଥାପ୍ପା ୪୧ ରନ କରିଥିବାବେଳେ ଷ୍ଟୋକ୍ସ ୧୫ ରନ କରିଥିଲେ । ପରବର୍ତ୍ତି ସମୟରେ ସ୍ମିଥ ଓ ଜସ୍‌ ବଟଲର ଲଢୁଆ ବ୍ୟାଟିଂର ପ୍ରଦର୍ଶନ କରି ଦଳୀୟ ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ । ସ୍ମିଥ ସର୍ବାଧିକ ୫୭ ରନ କରିଥିବାବେଳେ ବଟଲର ୨୪ରନ ଓ ରାହୁଲ ତିଓ୍ଵାତିଆ ୧୯ ରନ କରିଥିଲେ । ଏହା ଫଳରେ ରାଜସ୍ଥାନ ୨୦ ଓଭରରେ ୬ ଓ୍ଵିକେଟ ହରାଇ ୧୭୭ ରନ କରିପାରିଥିଲା ।

ଚଳିତ ଆଇପିଏଲରେ ବାଙ୍ଗାଲୋର ଦଳ ଏପର୍ଯ୍ୟନ୍ତ ୮ଟି ମ୍ୟାଚ ଖେଳି ୫ଟିରେ ବିଜୟ ହାସଲ କରିଥିବାବେଳେ ୩ଟିରେ ପରାଜୟ ବରଣ କରିଛି । ଫଳରେ ଦଳ ୧୦ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ୩ୟ ସ୍ଥାନରେ ରହିଛି । ତେବେ ରାଜସ୍ଥାନ ଦଳ ୮ ଟି ମ୍ୟାଚ ଖେଳି ୩ ବିଜୟ ଓ ୫ ପରାଜୟ ସହ ୬ ପଏଣ୍ଟ ପାଇଛି ଓ ପଏଣ୍ଟ ଟେବୁଲର ୭ମ ସ୍ଥାନରେ ରହିଛି ।

ସମ୍ବନ୍ଧିତ ଖବର