ପୂର୍ବାଞ୍ଚଳକୁ ସୁଶ୍ରୀ ଦେଲେ ବିଜୟ

୨୩ ବର୍ଷରୁ କମ୍‌ ଅନ୍ତଃଜୋନ୍‌ ମହିଳା କ୍ରିକେଟ୍‌

ଭୁବନେଶ୍ୱର: ଭଦୋଦରାରେ ଚାଲିଥିବା ୨୩ ବର୍ଷରୁ କମ୍‌ ଅନ୍ତଃଜୋନ୍‌ ମହିଳା କ୍ରିକେଟ୍‌ ପ୍ରତିଯୋଗିତାରେ ଓଡ଼ିଆ ଝିଅ ସୁଶ୍ରୀ ଦିବ୍ୟଦର୍ଶିନୀଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନରେ ପୂର୍ବାଞ୍ଚଳ ୧ ଓ୍ଵିକେଟ୍‌ରେ ଉତ୍ତରାଞ୍ଚଳକୁ ପରାସ୍ତ କରିଛି। ଶୁକ୍ରବାର ପ୍ରଥମେ ବ୍ୟାଟିଂ କରି ଉତ୍ତରାଞ୍ଚଳ ତାନିଆ ଭାଟିଆ (୫୦)ଙ୍କ ଅର୍ଧଶତକ ସହାୟତାରେ ୭ ଓ୍ଵିକେଟ୍‌ ବିନିମୟରେ ୧୮୩ ରନ୍‌ କରିଥିଲା। ପୂର୍ବାଞ୍ଚଳ ପକ୍ଷରୁ ସୁଶ୍ରୀ, ରିମାଲକ୍ଷ୍ମୀ ଏକ୍କା ଏବଂ ଦୂର୍ଗା କୁମାରୀ ମୁର୍ମୁ ୨ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ। ଜବାବରେ ସୁଶ୍ରୀଙ୍କ ଅପରାଜିତ ୪୦ ରନ୍‌ରେ ୩ ବଲ୍‌ ପୂର୍ବରୁ ପୂର୍ବାଞ୍ଚଳ ୯ ଓ୍ଵିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ଦୂର୍ଗା ୩୯ ଏବଂ ପିପି ପଲ୍‌ ୩୫ ରନ୍‌ କରିଥିଲେ। ଆର୍‌କେ ସିଂହ ୩ ଓ ଆୟୁଷୀ ୨ ଓ୍ଵିକେଟ୍‌ ନେଇଥିଲେ।

ସମ୍ବନ୍ଧିତ ଖବର