ଭାରତୀୟ ରଗ୍‌ବି ଦଳରେ ୫ କିସ୍‌ ଝିଅ

ଭୁବନେଶ୍ୱର: ଦୁବାଇରେ ନଭେମ୍ବର ୨୯ ଓ ୩୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଯୁବ ଅଲିମ୍ପିକ୍ସ କ୍ରୀଡ଼ାର ରଗ୍‌ବି ଏସୀୟ ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତା ଲାଗି ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି ୫ କିସ୍‌ ଝିଅ। ସେମାନେ ହେଲେ-ଅନ୍ତର୍ଜାତୀୟ ତାରକା ସୁମିତ୍ରା ନାୟକ, ସୋନି ମାଣ୍ଡାଙ୍ଗୀ, ଲିଜା ସର୍ଦାର, ଜେମାମଣି ନାଏକ, ପାର୍ବତୀ କିସ୍‌କୁ। ସୁମିତ୍ରା ପୂର୍ବରୁ ଭାରତୀୟ କନିଷ୍ଠ ଦଳର ଅଧିନାୟକତ୍ୱ କରି ସାରିଥିବାବେଳେ ନିକଟରେ ଶାନ୍ତି ପୁରସ୍କାର ପାଇଥିଲେ। ମୁମ୍ବାଇ ଜିମ୍‌ଖାନାରେ ଚାଲିଥିବା ପ୍ରଶିକ୍ଷଣ ଶିବିର ଶେଷରେ ଏମାନଙ୍କୁ ମନୋନୀତ କରାଯାଇଛି। ମୁମ୍ବାଇ ଜିମ୍‌ଖାନାରେ ଆମେରିକା ରଗ୍‌ବି ସେଭେନ୍‌ସର ମୁଖ୍ୟ ପ୍ରଶିକ୍ଷକ ମାଇକ୍‌ ଫ୍ରାଇଡେ ଭାରତୀୟ ଦଳକୁ ତାଲିମ ପ୍ରଦାନ କରୁଛନ୍ତି। ମଙ୍ଗଳବାର ଭାରତୀୟ ଦଳ ଦୁବାଇ ଅଭିମୁଖେ ଯାତ୍ରା କରିବ। ମନୋନୀତ ଓଡ଼ିଆ ଝିଅମାନଙ୍କୁ କିସ୍‌ ଓ କିଟ୍‌ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ, ଓଡ଼ିଶା ରଗ୍‌ବି ଫୁଟ୍‌ବଲ୍‌ ସଂଘ ସଭାପତି ପ୍ରିୟଦର୍ଶି ମିଶ୍ର, ସମ୍ପାଦକ ଉପେନ୍ଦ୍ର କୁମାର ମହାନ୍ତି, କିସ୍‌ କ୍ରୀଡ଼ା ବିଭାଗ ମୁଖ୍ୟ ରୁଦ୍ରକେଶ ଜେନା ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର