୫ ଥର ଅଲିମ୍ପିକ୍ସ ସ୍ବର୍ଣ୍ଣ ବିଜୟିନୀ ଫ୍ରା‌ଙ୍କ୍‌ଲିନ୍‌ଙ୍କ ଅବସର

ନ୍ୟୁୟର୍କ: ଅଲିମ୍ପିକ୍ସରେ ୫ ସ୍ବର୍ଣ୍ଣ ପଦକ ବିଜୟିନୀ ଆମେରିକା ସନ୍ତରଣକାରୀ ମିସି ଫ୍ରାଙ୍କଲିନ୍‌ ବୁଧବାର ଅବସର ନେଇଛନ୍ତି। ଏହି ୨୩ ବର୍ଷୀୟା ଆମେରିକୀୟ କାନ୍ଧ ଯନ୍ତ୍ରଣା ଯୋଗୁଁ ଅବସର ନେଇଥିବା ସୂଚନା ଦେଇଛନ୍ତି। ମାତ୍ର ୧୭ ବର୍ଷ ବୟସରେ ଫ୍ରାଙ୍କ୍‌ଲିନ୍‌ ୨୦୧୨ ଲଣ୍ଡନ୍‌ ଅଲିମ୍ପିକ୍ସରେ ୪ ସ୍ବର୍ଣ୍ଣ ଓ ଗୋଟିଏ କାଂସ୍ୟ ପଦକ ଜିତିଥିଲେ। ୧୦୦ ଓ ୨୦୦ ମିଟର ବ୍ୟାକ୍‌ଷ୍ଟ୍ରୋକରେ ସେ ମଧ୍ୟ ବିଶ୍ବ କୀର୍ତିମାନ କରିଥିଲେ। ଏଥିସହ ସେ ୨୦୧୨ରେ ବିଶ୍ବର ଶ୍ରେଷ୍ଠ ସନ୍ତରଣକାରୀ ଭାବେ ବିବେଚିତ ହୋଇଥିଲେ। ‌୨୦୧୬ ଆରମ୍ଭରୁ ଫ୍ରାଙ୍କଲିନ୍‌ଙ୍କ କାନ୍ଧ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଏହା ସତ୍ତ୍ବେ ସେ ଆମେରିକା ପକ୍ଷରୁ ରିଓ ଅଲିମ୍ପିକ୍‌ସରେ ଅଂଶଗ୍ରହଣ କରିଥିଲେ। ଏଠାରେ ମଧ୍ୟ ସେ ଗୋଟିଏ ସ୍ବର୍ଣ୍ଣ ଜିତି ଏହି ସଂଖ୍ୟାକୁ ୫ରେ ପହଞ୍ଚାଇଥିଲେ। ଏହା ବ୍ୟତୀତ ଫ୍ରାଙ୍କ୍‌ଲିନ୍‌ ୨୦୧୩ ବାର୍ସିଲୋନା ବିଶ୍ବ ପ୍ରତିଯୋଗିତାରେସେ ୬ ସ୍ବର୍ଣ୍ଣ ପଦକ ଜିତିଥି‌ଲେ।
ଗତ ବର୍ଷ ଫ୍ରାଙ୍କଲିନ୍‌ଙ୍କ ଉଭୟ କାନ୍ଧ‌ରେ ଅସ୍ତ୍ରୋପଚାର ହୋଇଥିଲା। ମୁଁ କଠିନ ‌ଚିଠି ଲେଖିବାକୁ ବାଧ୍ୟ ହେଉଛି, କାରଣ ଆଜି ସନ୍ତରଣରୁ ଅବସର ‌ନେବା ବିଷୟରେ ଘୋଷଣା କରୁଛି ବୋଲି ଫ୍ରାଙ୍କଲିନ୍‌ ଟ୍ବିଟର୍‌ରେ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର