ପାକିସ୍ତାନ ପରି ଏକ ଭଲ ଟିମ ବିପକ୍ଷରେ ଖେଳିବା ଆମ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ୍ : ରାହୁଲ୍

ଦୁବାଇ : ଆସନ୍ତା କାଲି ଅର୍ଥାତ ୨୭ ତାରିଖରୁ ଆରମ୍ଭ ହେଉଛି ଏସିଆ କପ୍ । ଉଦଘାଟନୀ ମ୍ୟାଚରେ ଆଫଗାନିସ୍ତାନକୁ ଭେଟିବ ଶ୍ରୀଲଙ୍କା । ଏହାର ପରଦିନ ଅର୍ଥାତ ଅଗଷ୍ଟ ୨୮ରେ ଟୁର୍ଣ୍ଣାମେଣ୍ଟର ସବୁଠାରୁ ହାଇପ୍ରୋଫାଇଲ ମ୍ୟାଚ୍ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ । ଏହି ମହାମୁକାବିଲାକୁ ସାରା ବିଶ୍ବର କ୍ରିକେଟପ୍ରେମୀ ଚାହିଁ ରହିଥିବାବେଳେ ଭାରତୀୟ ଦଳର ଉପ-ଅଧିନାୟକ କେ.ଏଲ.ରାହୁଲ କହିଛନ୍ତି ଯେ ପାକିସ୍ତାନ ପରି ଏକ ଭଲ ଟିମ ବିପକ୍ଷରେ ଖେଳିବା ଆମ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ୍ ।

ସେ କହିଛନ୍ତି ଯେ ଟିମ୍ ଇଣ୍ଡିଆର ସଦସ୍ୟମାନେ ସେ ଏହି ମ୍ୟାଚକୁ ଅପେକ୍ଷା କରି ରହିଛନ୍ତି, କାରଣ ଉଭୟ ଟିମ ନିୟମିତ ଭାବେ ଖେଳୁ ନାହାନ୍ତି, କେବଳ ବଡ଼ ଟୁର୍ଣ୍ଣାମେଣ୍ଟରେ ଖେଳୁଛନ୍ତି । ଏଣୁ ପାକିସ୍ତାନ ପରି ଏକ ଭଲ ଟିମ ବିପକ୍ଷରେ ଖେଳିବା ଆମ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ୍ । ଦୁଇ ଦଳ ମଧ୍ୟରେ ତୀବ୍ର ମୁକାବିଲାର ଏକ ଇତିହାସ ରହିଛି ଓ ଦୁଇ ଦଳ ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦିତାମୂଳକ ଖେଳ ଦେଖିବାକୁ ମିଳିଥାଏ । କ୍ରିକେଟ ଖେଳାଳିଭାବେ ଆମେ ଭାରତ-ପାକିସ୍ତାନ ମ୍ୟାଚ ଦେଖିବାକୁ ଚାହିଁ ବସିଥାଉ ।

ଏସିଆ କପରେ ଭାରତ ଓ ପାକିସ୍ତାନ ନିଜ ନିଜର ଷ୍ଟ୍ରାଇକ୍ ବୋଲର ଜସପ୍ରୀତ ବୁମରା ଓ ଶାହିନ ଶାହା ଆଫ୍ରିଦିଙ୍କ ବିନା ଖେଳୁଛନ୍ତି । ଏହା ସତ୍ତ୍ବେ ଦୁଇ ଦଳ ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦିତାର ସମ୍ଭାବନା ରହିଛି ।

 

 

ସମ୍ବନ୍ଧିତ ଖବର