ସର୍ବଭାରତୀୟ ଟେନିସ୍‌ ଉଦ୍‌ଯାପିତ

କଟକ: ବାରବାଟୀ ଷ୍ଟାଡିୟମରେ ଚାଲିଥିବା ୧୪ ବର୍ଷରୁ କମ୍‌ ସର୍ବଭାରତୀୟ ଟେନିସ୍‌ ପ୍ରତିଯୋଗିତା ସୋମବାର ଉଦ୍‌ଯାପିତ ହୋଇଛି। ବାଳକ ବିଭାଗ ଏକକରେ ରାହୁଲ ଚାଟାର୍ଜୀ ୬-୩, ୬-୩ରେ ତମୋଘ୍ନା ଦାସଙ୍କୁ ପରାସ୍ତ କରି ବିଜେତା ହୋଇଛନ୍ତି। ସେହିପରି ବାଳିକା ଏକକ ଫାଇନାଲ୍‌ରେ ତରୁ ସାଇ ଯୋଶୀ ୬-୦, ୬-୧ରେ ଚାରଲୋଟ ଲିଉଙ୍କୁ ହରାଇଥିଲେ। ଯୁଗଳ ବିଭାଗର ବାଳକ ଫାଇନାଲ୍‌ରେ ଆନ୍ଧ୍ରପ୍ରଦେଶର କେ ସାତ୍ୱିକ ମୁରଲୀ ଓ କେ ସୁହୃଦ୍ଧ ଅମ୍ରୁଙ୍କ ଯୋଡ଼ି ୫-୩, ୪-୨ରେ ପଶ୍ଚିମବଙ୍ଗର ଅର୍ଣ୍ଣବ ମନରାଲ ଓ ଓଡ଼ିଶାର ୟଶରାଜ ନାୟକଙ୍କୁ ପରାସ୍ତ କରିଥିଲେ। ବାଳିକା ବିଭାଗ ଫାଇନାଲ୍‌ରେ ତରୁ ସାଇ ଯୋଶୀ ଓ ଚାର୍ଲୋଟ ଲିଉଙ୍କ ଯୋଡ଼ି ୪-୧, ୪-୦ରେ ଓଡ଼ିଶାର ସୋହିନୀ ମହାନ୍ତି ଓ ଉତ୍ତରପ୍ରଦେଶର ସୌମ୍ରିତା ବର୍ମାଙ୍କ ଯୋଡ଼ିକୁ ହରାଇ ବିଜେତା ହୋଇଥିଲେ। ଶେଷରେ ଉଦ୍‌ଯାପନି ଉତ୍ସବରେ ଓଡ଼ିଶା ଟେନିସ୍‌ ସଂଘର ଉପ ସଭାପତି ତଥା ପୁଲିସ୍‌ ଏଡିଜି ସତ୍ୟଜିତ ମହାନ୍ତି ବିଜେତା ଓ ଉପବିଜେତାଙ୍କୁ ଟ୍ରଫି ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମିଲ୍କ ମୁ’ କମ୍ପାନୀର ମାଲିକ ଶ୍ରୀକୁମାର ମିଶ୍ର, ବୈଷିୟକ ସମିତି ଅଧ୍ୟକ୍ଷ ରଜନୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର