ଆମେରିକା ବେସ୍‌ ବଲ୍‌ ଲିଗ୍‌ରେ ଭାରତୀୟ ବଂଶୋଭବ କ୍ରିକେଟର୍‌

ନୂଆଦିଲ୍ଲୀ: ଆମେରିକା କ୍ରୀଡ଼ାରେ ଏବେ ଆଉ ଜଣେ ଭାରତୀୟ ବଂଶୋଭବଙ୍କୁ ସ୍ଥାନ ମିଳିଛି। ପ୍ରଥମ ଭାରତୀୟ ବଂଶୋଭବ ଭାବେ କରଣ ପଟେଲ ଆମେରିକାର ମେଜର ଲିଗ୍‌ ବେସ୍‌ବଲ୍‌ (ଏମ୍‌ଏଲ୍‌ବି) ଖେଳିବାର ସୁଯୋଗ ପାଇଛନ୍ତି। ୨୨ ବର୍ଷୀୟ କରଣଙ୍କ ଏମ୍‌ଏଲ୍‌ବି ଦଳ ଚିକାଗୋ ହ୍ବାଇଟ୍‌ ସକ୍ସ ନେଇଛି। ତାଙ୍କ ବାପା କୁଲଦୀପ ପଟେଲ ଆମେରିକା କ୍ରିକେଟ୍‌ ଦଳରେ ଖେଳିବାକୁ ସୁଯୋଗ ପାଇଥିଲେ। ୩୫ ବର୍ଷ ତଳେ କୁଲଦୀପଙ୍କୁ ୧୬ ବର୍ଷ ବୟସ ହୋଇଥିବା ବେଳେ ସେ ରୋଜଗାର କରିବା ପାଇଁ ଉତ୍ତର କାରୋଲିନ୍‌ରେ ରହୁଥିବା ତାଙ୍କ ମାମୁଁଙ୍କୁ ପାଖକୁ ଯାଇଥିଲା। ସେଠାରେ ମାମୁଁଙ୍କ ହୋଟେଲରେ ସାହାଯ୍ୟ କରିବା ସହ ଆମେରିକା କ୍ରିକେଟ୍‌ ଦଳ ପକ୍ଷରୁ ଖେଳିଥିଲେ। କ୍ରିକେଟ୍‌ରୁ ଅବସର ନେବା ପରେ ‌କୁଲଦୀପ ସଂପ୍ରତି ହଷ୍ଟନ୍‌ରେ ହୋଟେଲ କରିଛନ୍ତି। କ୍ରିକେଟ୍‌ ପ୍ରତି ଆଗ୍ରହ ଥିବାରୁ କୁଲଦୀପ ପୁଅ କରଣକୁ କ୍ରିକେଟର୍‌ କରିବା ଲାଗି ଆଗ୍ରହ ରଖିଥିଲେ। କରଣ ମଧ୍ୟ ୧୯ ବର୍ଷରୁ କମ୍‌ ଆମେରିକା କ୍ରିକେଟ୍‌ ଦଳରେ‌ ଖେଳିବାର ସୁଯୋଗ ପାଇଥିଲେ। ୨୦୦୮ରେ ରିଙ୍କୁ ସିଂହ ଏବଂ ଦିନେଶ ପଟେଲ ପ୍ରଥମ ଭାରତୀୟ ବଂଶୋଭବ ଭାବେ ଏମ୍‌ଏଲ୍‌ବିରେ ନିକଟତର ହୋଇଥିଲେ। ଉଭୟ ଚୂଡ଼ାନ୍ତ ଦଳରେ ସ୍ଥାନ ପାଇ ପାରିନଥିଲେ। ପ୍ରଥମ ଭାରତୀୟ ବଂଶୋଭବ ଭାବେ ଏମ୍‌ଏଲ୍‌ବିରେ ସ୍ଥାନ ପାଇଥିବାରୁ ଗର୍ବ ଅନୁଭବ କରୁଛି। ମୋର ଉଭୟ କ୍ରିକେଟ୍‌ ଓ ବେସ୍‌ବଲ୍‌ ପ୍ରତି ଆଗ୍ରହ ଥିଲା। ବେସ୍‌ବଲ୍‌ ପ୍ରତି ଅଧିକ ଭଲ ପାଇବା ମୋତେ ଏମ୍‌ଏଲ୍‌ବିରେ ସୁଯୋଗ ଦେଇଛି ବୋଲି କହିଛନ୍ତି କରଣ।

ସମ୍ବନ୍ଧିତ ଖବର