ଆମେରିକା ଟ୍ବେଣ୍ଟି-୨୦ ଦଳର ଭାରତୀୟ ଅଧିନାୟକ

ନ୍ୟୁୟର୍କ: ୟୁଏଇ ବିପକ୍ଷ ଐତିହାସିକ ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ ଶୃଙ୍ଖଳା ଲାଗି ଗୁରୁବାର ଆମେରିକା ୧୪ ଜଣିଆ ଦଳ ଘୋଷଣା କରିଛି। ତେବେ ଏହି ଦଳର ନେତୃତ୍ବ ଭାରତ ଜନ୍ମିତ ସୌରଭ ନେତ୍ରାଭାଲକରଙ୍କୁ ମିଳିଛି। ନାମ୍ବିଆରେ ଏପ୍ରିଲ୍‌ରେ ହେବାକୁ ଥିବା ଆଇସିସି ବିଶ୍ବ କ୍ରିକେଟ୍‌ ଲିଗ୍‌ ଡିଭିଜନ୍‌-୨ ପ୍ରତିଯୋଗିତା ପୂର୍ବରୁ ଆମେରିକା ଅଧିକ ପ୍ରସ୍ତୁତି ପାଇଁ ଦୁବାଇ ଗସ୍ତ‌ରେ ଦୁଇଟି ଟ୍ବେଣ୍ଟି-୨୦ ଏବଂ ଗୋଟିଏ ‌ଦିନିକିଆ ମ୍ୟାଚ୍‌ ଖେଳିବ। ମାର୍ଚ ୧୫ ‌ତାରିଖରୁ ଏହି ଶୃଙ୍ଖଳା ଆରମ୍ଭ ହେବ।

ଦଳ: ସୌରଭ ନେତ୍ରାଭାଲକର (ଅଧିନାୟକ), ଏଲ୍‌ମୋର ହଚିନସନ୍‌, ଆରୋନ ଜୋନ୍ସ, ନୋସ୍ତୁଶ କେନ୍‌ଜିଗେ, ମହମ୍ମଦ ଅଲ୍ଲୀ ଖାନ, ଜାନ ନିସାର-ଖାନ, ଜସକରନ୍‌ ମାଲହୋତ୍ରା, ଜାଭିୟର ମାର୍ଶାଲ, ମୋନାଙ୍କ ପଟେଲ, ତିମିଲ ପଟେଲ, ରୟ ସିଲ୍‌ଭା, ଯଶ୍‌ଦୀପ ସିଂହ, ଷ୍ଟିଭେନ ଟେଲର, ହେଡେନ୍‌ ୱାଲ୍ସ ଜୁନିୟର।

ସମ୍ବନ୍ଧିତ ଖବର