ଟେନିସ୍‌ କ୍ୱାର୍ଟର୍‌ରେ ଅଙ୍କିତା

ଏସୀୟ କ୍ରୀଡ଼ା ଟେନିସ୍‌ ପ୍ରତିଯୋଗିତାରେ ମଙ୍ଗଳବାର ଭାରତକୁ ମିଶ୍ର ଫଳ ମିଳିଛି। ମହିଳା ଏକକ କ୍ୱାର୍ଟର୍‌ ଫାଇନାଲ୍‌ରେ ଅଙ୍କିତା ରାଇନା ନିଜ ସ୍ଥାନ ପକ୍କା କରିଥିଲା ବେଳେ କମର ଥାଣ୍ଡି ବିଦାୟ ନେଇଛନ୍ତି। ସେହିପରି ସୁମିତ ନାଗଲ-ରାମକୁମାର ରାମନାଥନ ଏବଂ ରୋହନ ବୋପାନ୍ନା-ଦିଭିଜ ସରନ୍‌ ପ୍ରି-କ୍ୱାର୍ଟର୍‌ ଫାଇନାଲ୍‌ ବାଧା ଅତିକ୍ରମ କରିଛନ୍ତି। ମିଶ୍ରିତ ଯୁଗଳ ଯୋଡ଼ି ବୋପାନ୍ନା ଓ ଅଙ୍କିତା ପ୍ରି-କ୍ୱାର୍ଟର୍‌ ଫାଇନାଲ୍‌ରେ ପହଞ୍ଚିଥିଲା ବେଳେ ଦିଭିଜ ଶରନ୍‌ ଓ କର୍ମାନ୍‌ ଥାଣ୍ଡି ବିଦାୟ ନେଇଛନ୍ତି।

ସମ୍ବନ୍ଧିତ ଖବର