ଅନୁପମା ଓଡ଼ିଶା ଦଙ୍ଗଲ୍‌ କୁସ୍ତି ବିଜୟିନୀ

ଭୁବନେଶ୍ବର: ପୁରୀର ମୁଦୁଲି ଜାଗା ଘରେ ଓଡ଼ିଶା କୁସ୍ତି ସଂଘ ପକ୍ଷରୁ ୩ ଦିନିଆ ରାଜ୍ୟ କୁସ୍ତି ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି। ଓଡ଼ିଶା ପୁଲିସ୍‌ରେ କାର୍ଯ୍ୟରତ ଅନୁପମା ସ୍ବାଇଁ ଓପନ୍ ୱେଟ୍‌ ଆଣ୍ଡ୍ ଏଜ୍‌ କୁସ୍ତିରେ ସଫଳ ହୋଇ ରାଜ୍ୟ ମହିଳା ଦଙ୍ଗଲ୍ କୁସ୍ତି ବିଜୟିନୀ ହୋଇଛନ୍ତି। ମହିଳା ଦଙ୍ଗଲ ଫାଇଟ୍‌ରେ କଟକର ଅଜିତା ବେଗମ ଦ୍ବିତୀୟ ସ୍ଥାନ ଦଖଲ କରିଥିଲେ। ପୁରୁଷ ବର୍ଗର ଦଙ୍ଗଲ ଫାଇଟ୍‌ ଫାଇନାଲ୍ ସମୟ ଅଭାବରୁ ଅମୀମାଂସିତ ରହିଥିଲା। ବିଭିନ୍ନ ଜିଲ୍ଲାରୁ ୧୧୦ ପୁରୁଷ, ୬୦ ମହିଳାଙ୍କ ସହିତ ମୋଟ ୧୭୦ ଜଣ ଭାଗ ନେଇଥିଲେ। ପ୍ରତିଯୋଗିତାରେ ପୁରୀ ଦଳଗତ ବିଜେତା ଏବଂ କଟକ ଦଳଗତ ଉପ ବିଜେତା ହୋଇଥିଲା। ସେହିଭଳି ମହିଳା ବର୍ଗରେ କଟକ ବିଜେତା, ଢ଼େଙ୍କାନାଳ ଉପ ବିଜେତା ଏବଂ ପୁରୁଷରେ ପୁରୀ ବିଜେତା, କଟକ ଉପ ବିଜେତା ହୋଇଥିଲା। ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଅତିଥିଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ। ଓଡ଼ିଶା କୁସ୍ତି ସଂଘର ସଭାପତି ରାମଚନ୍ଦ୍ର ପାଢ଼ୀ, କାର୍ଯ୍ୟକାରୀ ସମ୍ପାଦକ ଦେବେନ୍ଦ୍ର ସାହୁ, ପୁରୀ ଜିଲ୍ଲା ସଂଘ ସମ୍ପାଦକ ରବିନାରାୟଣ ପ୍ରତିହାରୀ ଉପସ୍ଥିତ ଥିଲେ। ନାରାୟଣ ବେହେରା, ଶ୍ୟାମସୁନ୍ଦର ମହାପାତ୍ର, ଅମ୍ବାଳିକା ଜେନା, କୃଷ୍ଣଚନ୍ଦ୍ର ପାତ୍ର, ସନ୍ତୋଷ ସାହୁ, ସୋମନାଥ ବେହେରା, ସନ୍ତୋଷ ଦାସ, ଲକ୍ଷ୍ମୀପ୍ରସାଦ ପଟ୍ଟନାୟକ, ପ୍ରୀତିପ୍ରକାଶିନୀ ରଥ, କଟକ ଜିଲ୍ଲା ସମ୍ପାଦକ କିଶୋର ଚନ୍ଦ୍ର ବେହେରା, ରାଜ୍ୟ ସଂଘ ସହ ସମ୍ପାଦକ ଭାରତ ଭୂଷଣ ସ୍ବାଇଁ, କାଳନ୍ଦୀ ମାଳିଆ ପ୍ରମୁଖ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ।

ସ୍ବର୍ଣ୍ଣ ବିଜୟୀ କୁସ୍ତିବିତ୍‌: ସୂର୍ଯ୍ୟକାନ୍ତ ମଲ୍ଲିକ, ଅନିଲ ସେନାପତି, ହରିଶଙ୍କର ଜେନା, ଅଶୋକ ମାର୍ଥା, ଅନନ୍ତ ଦେବ, ଶମ୍ଭୁନାଥ ପତ୍ରୀ, ମାମାଲି ପରିଡ଼ା, ସମୀକ୍ଷା ମହାରଣା, ସରୋଦା କର, ମନାସୀ ରାଉତ, ଲୋମା ସ୍ବାଇଁ, ମିତାଲି ନାୟକ, ପୂଜା ମହାରଣା, ପ୍ରଶାନ୍ତ କୁମାର ବିଶ୍ବାଳ, ତୁଳସୀରାମ ମାଝୀ, ପ୍ରତାପ ପ୍ରଧାନ, ଅର୍ଜୁନ ମୁଣ୍ଡା, କେଦାର ଦଳେଇ, ଶ୍ୟାମସୁନ୍ଦର ମହାପାତ୍ର, ଚିନ୍ମୟୀ କୁମାର ରଣା, ମଧୁପ୍ରିୟା ବାଇ, ସୋନା ମହାପାତ୍ର, ଶିବେନ୍ଦ୍ର ସାମଲ, ବିଶ୍ବନାଥ ଦେ, ଅଜିତ ଭୂୟାଁ, ପ୍ରଶାନ୍ତ ସାମଲ, ନିତୁ କେୱାତ, ସୁଭଶ୍ରୀ ନାୟକ, ବୋନିତା ପାତ୍ର, ପ୍ରୀତି ପ୍ରିୟଦର୍ଶିନୀ ପାତ୍ର, ଗାୟତ୍ରୀ ପଣ୍ଡା, ସୁପ୍ରିୟା ମହାପାତ୍ର, ସଦାଶିବ ବାରିକ, ସ୍ବରାଜ ଜାନି, ଲୋକନାଥ ସୁପକାର, କିରଣ ଦଳାଇ, କାଳିପ୍ରସାଦ ବେହେରା, ଅଭିଷେକ ନାୟକ, ରୋଜଲିନ୍‌ ପାଲ, ଚିନ୍ମୟୀ ସାମଲ, ଭବାନୀ ଶଙ୍କର ପଣ୍ଡା, ସୁବର୍ଣ୍ଣ ନାୟକ, ଅନୁପମା ସ୍ବାଇଁ, ଅଜିଜା ବେଗମ, ଭାରତୀ ଲକ୍ଷ୍ମୀ ମହାପାତ୍ର, ପାର୍ବତୀ ଦଳାଇ, ତାହିରା ଖାତୁନ୍‌, ରେଣୁକା ପ୍ରଧାନ।

ସମ୍ବନ୍ଧିତ ଖବର