ଏସୀୟ ଦିବ୍ୟାଙ୍ଗ କ୍ରୀଡ଼ା: ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ଦଳରେ ପ୍ରମୋଦ

ଭୁବନେଶ୍ୱର: ଏସୀୟ ଦିବ୍ୟାଙ୍ଗ କ୍ରୀଡ଼ା ଲାଗି ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ଦଳରେ ଓଡ଼ିଶାରୁ ପ୍ରମୋଦ ଭଗତ ନିଜ ସ୍ଥାନ ବଜାୟ ରଖିଛନ୍ତି। ପୂର୍ବରୁ ଦୁଇଥର ଏସିଆଡ୍‌ରେ ଭାଗ ନେଇଥିବା ପ୍ରମୋଦ ୨୦୧୦ରେ ପଦକ ପାଇବାରେ ବିଫଳ ହୋଇଥିଲା ବେଳେ ୨୦୧୪ ସଂସ୍କରଣରେ କାଂସ୍ୟ ପଦକ ଜିତିଥିଲେ। ଚଳିତ ବର୍ଷ ଭଲ ପ୍ରଦର୍ଶନ କରିବେ ବୋଲି ପ୍ରମୋଦ ଆଶାବ୍ୟକ୍ତ କରିଛନ୍ତି। ସେ ଏକକ, ଯୁଗଳ ଏବଂ ଦଳଗତ ବର୍ଗରେ ଭାଗନେବେ। ଇଣ୍ଡୋନେସିଆରେ ଆସନ୍ତା ଅକ୍ଟୋବର ୬ରୁ ୧୩ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର