ବିଜୟ ସତ୍ତ୍ୱେ ବିହାର ବିଦା:କ୍ୱାର୍ଟର୍‌ରେ ପଶ୍ଚିମବଙ୍ଗକୁ ଭେଟିବ ଓଡ଼ିଶା

ଭୁବନେଶ୍ୱର: ଜାତୀୟ ମହିଳା ଫୁଟବଲ୍‌ ପ୍ରତିଯୋଗିତାର ମଙ୍ଗଳବାର ଗ୍ରୁପ୍‌ ପର୍ଯ୍ୟାୟ ଶେଷ ହୋଇଛି। ଗୁରୁବାରଠୁ କ୍ୱାର୍ଟର୍‌ ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ। ପ୍ରଥମ କ୍ୱାର୍ଟର୍‌ ଫାଇନାଲ୍‌ରେ ହରିଆନା-ଭାରତୀୟ ରେଳବାଇ ମୁହାଁମୁହିଁ ହେବାକୁ ଯାଉଥିଲା ବେଳେ ଦ୍ୱିତୀୟ ମ୍ୟାଚ୍‌ରେ ଓଡ଼ିଶା ଭେଟିବ ପଶ୍ଚିମବଙ୍ଗକୁ। ତୃତୀୟ ମ୍ୟାଚ୍‌ରେ ଦିଲ୍ଲୀ-ତାମିଲନାଡ଼ୁ ଏବଂ ଚତୁର୍ଥ ମ୍ୟାଚ୍‌ରେ ମଣିପୁର-ପଞ୍ଜାବ ଲଢ଼ିବେ। ମଙ୍ଗଳବାର ରେଭେନ୍‌ସା ପଡ଼ିଆରେ ବିହାର ତା’ର ଶେଷ ଲିଗ୍‌ ମ୍ୟାଚ୍‌ରେ ୧-୦ ଗୋଲ୍‌ରେ କେରଳକୁ ପରାସ୍ତ କରିଛି। ହେଲେ ଏହି ବିଜୟ ବିହାରକୁ କ୍ୱାର୍ଟର୍‌ ଫାଇନାଲ୍‌ରେ ପହଞ୍ଚାଇ ପାରିନି।

ସମ୍ବନ୍ଧିତ ଖବର