ଏସୀୟ ଟିଟି: ପ୍ରଥମ ଭାରତୀୟ ମହିଳା ଭାବେ ସେମିରେ ମନିକା

ବ୍ୟାଙ୍କକ୍‌ : ଭାରତୀୟ ତାରକା ଟେବୁଲ ଟେନିସ୍‌ (ଟିଟି) ଖେଳାଳି ମନିକା ବାତ୍ରା ଏଠାରେ ଚାଲିଥିବା ଏସୀୟ ଟିଟି ସେମିଫାଇନାଲ୍‌ରେ ପହଞ୍ଚିଯାଇଛନ୍ତି। ସେମିରେ ପହଞ୍ଚିବାରେ ସେ ମଧ୍ୟ ପ୍ରଥମ ଭାରତୀୟ ମହିଳା ହୋଇଛନ୍ତି। ଶୁକ୍ରବାର ନିଜଠୁ ଉଚ୍ଚ ମାନ୍ୟତାପ୍ରାପ୍ତ ଚାଇନିଜ୍‌ ତାଇପେ ଖେଳାଳି ଚେନ୍‌ ଜୁ ୟୁ’ଙ୍କୁ ୪-୩ରେ ପରାସ୍ତ କରିଥିଲେ। ଏହି କଡ଼ା ସଂଘର୍ଷପୂର୍ଣ୍ଣ ମହିଳା ଏକକ କ୍ବାର୍ଟର ଫାଇନାଲ୍‌ରେ ବିଶ୍ବ ମାନ୍ୟତାର ୪୪ ମନିକା ୬-୧୧, ୧୧-୬, ୧୧-୫, ୧୧-୭, ୮-୧୧, ୯-୧୧ ଓ ୧୧-୯ରେ ୨୩ତମ ମାନ୍ୟତା ଚେନ୍‌ଙ୍କୁ ପରାସ୍ତ କରି ସେମିଫାଇନାଲ୍‌ ସ୍ଥାନ ସୁରକ୍ଷିତ କରିଛନ୍ତି। ଏହା ପୂର୍ବରୁ ଗୁରୁବାର ମନିକା ବିଶ୍ବ ମାନ୍ୟତାର ସପ୍ତମ ଚୀନ୍‌ ତାରକା ଚେନ୍‌ ଜିଙ୍ଗ୍‌ଟଙ୍ଗ୍‌ଙ୍କୁ ପ୍ରିକ୍ବାର୍ଟର ଫାଇନାଲ୍‌ରେ ପରାସ୍ତ କରିଥିଲେ।

ସମ୍ବନ୍ଧିତ ଖବର