ଅଷ୍ଟ୍ରେଲିଆ, ଚୀନ, ଜାପାନ ବିଜୟୀ

ପ୍ୟାରିସ୍‌/ମଣ୍ଟପିଲର୍‌: ଚଳିତ ମହିଳା ଫିଫା ବିଶ୍ବକପ୍‌ରେ ତିନିଟି ଚମତ୍କାର ମ୍ୟାଚ୍‌ ଦେଖିବାକୁ ମିଳିଛି। ଅଷ୍ଟ୍ରେଲିଆ ପଛୁଆ ସ୍ଥିତିରୁ ବାହାରି ୩-୨ ଗୋଲ୍‌ରେ ବ୍ରାଜିଲକୁ ପରାସ୍ତ କରିବା ସହ ନିଜ ସ୍ଥିତିରେ ସୁଧାର ଆଣିଛି। ମାର୍ତାଙ୍କ ଗୋଲ ଜରିଆରେ ବ୍ରାଜିଲ ଏକଦା ୨-୦ରେ ଆଗୁଆ ହୋଇଥିଲେ ମଧ୍ୟ ୨୦ ମିନିଟ୍ ଭିତରେ ୩ ଗୋଲ୍ ଦେଇ ଅଷ୍ଟ୍ରେଲିଆ ମ୍ୟାଚ୍‌ ଛଡ଼ାଇ ନେଇଥିଲା। ଚଳିତ ସଂସ୍କରଣରେ ଏହା ଦ୍ବିତୀୟ ଉଦାହରଣ ଥିଲା ପଛରେ ପଡ଼ିଥିବା ଦଳ ବିଜୟୀ ହୋଇଥିଲା। ପ୍ୟାରିସ୍‌ରେ ଖେଳାଯାଇଥିବା ଅନ୍ୟ ଏକ ମ୍ୟାଚ୍‌ରେ ଚୀନ କିନ୍ତୁ ୧-୦ ଗୋଲରେ ଦକ୍ଷିଣ ଆଫ୍ରିକାକୁ ହରାଇ ଦେଇଥିଲା। ଶୁକ୍ରବାର ଅନ୍ୟ ଏକ ମ୍ୟାଚ୍‌ରେ ଜାପାନ ୨-୧ ଗୋଲ୍‌ରେ ସ୍କଟଲାଣ୍ଡ୍‌କୁ ପରାସ୍ତ କରିଥିଲା। ୨୩ ମିନିଟରେ ମାନା ଇୱାବୁଚି ଫିଲଡ୍ ଗୋଲ୍ ଦେବା ପରେ ୩୭ ମିନିଟରେ ୟୁକା ସୁଗାସାୱା ପେନାଲଟିରୁ ଗୋଲଟି ଦେଇଥିଲେ। ଏହି ବିଜୟ ସହିତ ଜାପାନର ପ୍ରି-କ୍ବାର୍ଟରଫାଇନାଲ୍‌ ସମ୍ଭାବନା ବଢ଼ିଛି।

ସମ୍ବନ୍ଧିତ ଖବର