ହରିପ୍ରସାଦ ପୂର୍ବଭାରତ କରାଟେ ସଂଘ ସଭାପତି

ଭୁବ‌େନେଶ୍ବର: ଜାତୀୟ କରାଟେ ସଂଘର ବୈଷୟିକ ନିର୍ଦେଶକ ଓ ଉପସଭାପତି ସିହାନ ହରିପ୍ରସାଦ ପଟ୍ଟନାୟକ ନବଗଠିତ ପୂର୍ବଭାରତ କରାଟେ ସଂଘର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ଓଡ଼ିଶା, ଛତିଶଗଡ଼ ଓ ଆଣ୍ଡାମନ୍‌କୁ ନେଇ ଏହି ସଂଘ ଗଠିତ ହୋଇଛି। ଏଥିସହ ଶ୍ରୀ ପଟ୍ଟନାୟକଙ୍କୁ ଗତ ବୁଧବାର ଜାତୀୟ କରା‌‌େଟ ସଂଘ ପକ୍ଷରୁ ଦିଲ୍ଲୀର ତାଲ୍‌କୋଟରା ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ଏକ ଉତ୍ସବରେ ଅଷ୍ଟମ ଡାନ୍‌ ବ୍ଲାକ୍‌ବେଲ୍ଟ ପ୍ରଦାନ କରାଯାଇଥିଲା। ତାଙ୍କ ସହ ଅନ୍ୟ ତିନି ଜଣଙ୍କୁ ମଧ୍ୟ ଏହି ଅବସରରେ ସର୍ବୋଚ୍ଚ ଡାନ୍‌ ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର