ଅ‌ଷ୍ଟ୍ରେଲିଆ ୮୦ ‌ରନ୍‌ରେ ଜିତିଲା

ଆବୁଧାବି: ପାକିସ୍ତାନ ବିପକ୍ଷ ତୃତୀୟ ଦିନିକିଆକୁ ଅଷ୍ଟ୍ରେଲିଆ ୮୦ ରନ୍‌ରେ ଜିତି ନେଇଛି। ତା’ ସହ ପାଞ୍ଚ ମ୍ୟାଚ୍ ବିଶିଷ୍ଟି ଶୃଙ୍ଖଳାକୁ ୨ ମ୍ୟାଚ୍‌ ପୂର୍ବରୁ ୩-୦ରେ କବ୍‌ଜା କରିଛି। ପ୍ରଥମ ଦୁଇ ମ୍ୟାଚ୍‌କୁ ସମାନ ୮ ୱିକେଟ୍‌ ଲେଖାଏଁ ବ୍ୟବଧାନରେ ଜିତିଥିବା ଅଷ୍ଟ୍ରେଲିଆ ବୁଧବାର ହ୍ୟାଟ୍ରିକ୍ ବିଜୟ ହାସଲ କରିଥିଲା।
ଟସ୍‌ ଜିତି ବ୍ୟାଟିଂ ନେଇଥିବା ଅଷ୍ଟ୍ରେଲିଆ ନିର୍ଧାରିତ ୫୦ ଓଭରରେ ୬ ୱିକେଟ୍‌ ବିନିମୟରେ ୨୬୬ ରନ୍‌ କରିଥିଲା। ଅଧିନାୟକ ଆରୋନ ଫିଞ୍ଚ (୯୦) ଓ ଗ୍ଲେନ୍‌ ମ୍ୟାକ୍ସୱେଲ୍‌ (୭୧) ଅର୍ଧଶତକ ହାସଲ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପିଟର ହାଣ୍ଡସ୍କମ୍ବ ୪୭ ଏବଂ ଆଲେକ୍ସ କେରି ଅପରାଜିତ ୨୫ ରନ୍‌ କରିଥି‌ଲେ। ପାକିସ୍ତାନ ପକ୍ଷରୁ ଉସ୍‌ମାନ ସେନୱାରି, ଜୁନେଦ୍‌ ଖାନ୍‌, ୟାସିର ସାହ, ଇମାଦ ୱାସିମ ଏବଂ ହାରିସ ସୋହେଲ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ। ଜବାବରେ ଆଦାମ ଜାମ୍ପା (୯.୧-୧-୪୩-୪) ଓ ପ୍ୟାଟ୍‌ କମିନ୍‌ସ (୮-୧-୨୪-୩)ଙ୍କ ଘାତକ ବୋଲିଂର ସମ୍ମୁଖୀନ ‌ହୋଇ ନପାରି ପାକିସ୍ତାନ ୪୪.୪ ଓଭରରେ ସମସ୍ତ ୱି‌କେଟ୍ ହରାଇ ମାତ୍ର ୧୮୬ ରନ୍ କରିଥିଲା। ପାକିସ୍ତାନ ପକ୍ଷରୁ ଇମାମ-ଉଲ୍-ହକ୍ ସର୍ବାଧିକ ୪୬ ଏବଂ ଇମଦ ୱାସିମ ୪୩ ରନ୍ କରିଥିଲେ।
ସଂକ୍ଷିପ୍ତ ସ୍କୋର: ଅଷ୍ଟ୍ରେଲିଆ ୫୦ ଓଭରରେ ୨୬୬/୬ (ଆରୋନ୍ ଫିଞ୍ଚ ୯୦, ଗ୍ଲେନ୍ ମ୍ୟାକ୍ସୱେଲ୍ ୭୧, ପିଟର ହ୍ୟାଣ୍ଡ୍ସକମ୍ବ ୪୭, ଇମଦ ୱାସିମ ୧/୩୪, ହାରିସ୍ ‌େସାହେଲ ୧/୩୫)। ପାକିସ୍ତାନ ୪୪.୪ ଓଭରରେ ୧୮୬ (ଇମାମ-ଉଲ୍-ହକ୍ ୪୬, ଇମଦ ୱାସିମ ୪୩, ଉମର ଆକମଲ ୩୬, ଆଦାମ ଜାମ୍ପା‌ ୪୩/୪, ପ୍ୟାଟ୍ କମିନ୍ସ ୩/୨୪)।

ସମ୍ବନ୍ଧିତ ଖବର