ବାରବାଟୀ ଦିନିକିଆ ଆଉ ୪ ଦିନ: ପ୍ରଥମ ଦିନ ଅନୁବନ୍ଧିତ ସଂଘ ନେଇଗଲେ ଅଧା ଟିକେଟ୍‌

କଟକ: ବାରବାଟୀ ଷ୍ଟାଡିୟମରେ ୨୨ ତାରିଖରେ ଭାରତ ଓ ୱେଷ୍ଟ୍‌ଇଣ୍ଡିଜ ମଧ୍ୟରେ ଖେଳାଯିବାକୁଥିବା ଦିନିକିଆ ପାଇଁ ସୋମବାରଠୁ ଅଫ୍‌ଲାଇନ୍‌ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଛି। ପ୍ରଥମ ଦୁଇ ଦିନ ଅନୁବନ୍ଧିତ ଜିଲ୍ଲା, ସ୍କୁଲ୍‌, କଲେଜଗୁଡ଼ିକ ପାଇଁ ଉଦ୍ଦିଷ୍ଟ ହୋଇଥିବାରୁ ସୋମବାର ପ୍ରାୟ ଅଧା ଟିକେଟ୍‌ ବିକ୍ରି ହୋଇଯାଇଥିବା ଓସିଏ ପକ୍ଷରୁ କୁହାଯାଇଛି। ସକାଳ ୧୦ଟାରେ ଓସିଏ କନ୍‌ଫରେନ୍ସ ହଲ୍‌ରେ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଥିଲା। ଏଚ୍‌ଡିଏଫ୍‌ସି ବ୍ୟାଙ୍କ କର୍ମଚାରୀଙ୍କ ଉପସ୍ଥିତିରେ ସଦସ୍ୟମାନଙ୍କୁ ଟିକେଟ୍‌ ବିକ୍ରି କରାଯାଇଥିଲା। ଅଧା ଜିଲ୍ଲା ଆସିନଥିବାରୁ ସେମାନେ ମଙ୍ଗଳବାର ଟିକେଟ୍‌ କିଣିବେ। ଏଠାରୁ ଯେଉଁ ଟିକେଟ୍‌ ବଳିଯିବ ସେଗୁଡ଼ିକ କାଉଣ୍ଟର ବିକ୍ରି ପାଇଁ ଚାଲିଯିବ। ସୂଚନାଯୋଗ୍ୟ, ଅନୁବନ୍ଧିତ ସଦସ୍ୟଙ୍କ ପାଇଁ ୮୯୪୬ ଟିକେଟ୍‌ ସ˚ରକ୍ଷିତ ରଖାଯାଇଥିଲା। ଏଥିପୂର୍ବରୁ ଅନ୍‌ଲାଇନ୍‌ରେ ୮୧୫୦ ଟିକେଟ୍‌ ବିକ୍ରି ହୋଇ ସାରିଥିଲା ବେଳେ କାଉଣ୍ଟର୍‌ ବିକ୍ରି ପାଇଁ ୧୦୦୫୦ ଟିକେଟ୍‌ ଧାର୍ଯ୍ୟ ହୋଇଛି।

ସମ୍ବନ୍ଧିତ ଖବର