ଭୁବନେଶ୍ୱର ଆସୁଛନ୍ତି ଦୁଇ ଦ୍ରୋଣାଚାର୍ଯ୍ୟ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ୍‌ରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଚଳିତ ମାର୍ଚ ୧୯ରୁ ୨୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଭାରୋତ୍ତୋଳନ ରିଫ୍ରେସର ପାଠ୍ୟକ୍ରମ। ରାଜ୍ୟରେ ଭାରୋତ୍ତୋଳନ ପ୍ରଶିକ୍ଷଣରେ ଉତ୍କର୍ଷତା ଲାଗି ଏଭଳି ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଦେଶର ଦୁଇ ଭାରୋତ୍ତୋଳନ ଦ୍ରୋଣାଚାର୍ଯ୍ୟ ପିଏସ୍‌ ସାନ୍ଧୁ ଏବଂ ହଂସା ଶର୍ମା ମନରାଲ୍‌ଙ୍କୁ ଭାରତୀୟ ଭାରୋତ୍ତୋଳନ ସଂଘ ଏଥି ଲାଗି ନିଯୁକ୍ତ କରିଛି। ରାଜ୍ୟର ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରାପ୍ତ ପ୍ରଶିକ୍ଷକ ପି ଧର୍ମାରାଓ ଏହାର ନୋଡାଲ୍‌ ଅଧିକାରୀ ନିଯୁକ୍ତ ହୋଇଛନ୍ତି। ଭୁବନେଶ୍ୱର, ବ୍ରହ୍ମପୁର ଏବଂ ମାଲ୍‌କାନଗିରି କ୍ରୀଡ଼ା ଛାତ୍ରାବାସରେ ନିଯୁକ୍ତ ପ୍ରଶିକ୍ଷକ, ଖେଳାଳି ଏବଂ ବହୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଖେଳାଳି ଏଥିରେ ଭାଗନେବେ। ଓଡ଼ିଶା ଭାରୋତ୍ତୋଳନ ସଂଘର କର୍ମକର୍ତାମାନେ ମଧ୍ୟ ଏହି ୫ ଦିନିଆ କାର୍ଯ୍ୟକ୍ରମରେ ସାମିଲ ରହିବେ।

ସମ୍ବନ୍ଧିତ ଖବର