ବିସିସିଆଇ ବାର୍ଷିକ ଚୁକ୍ତି: କୋହଲି, ରୋହିତ, ବୁମ୍‌ରା ଏ+

ପାଣ୍ଡ୍ୟାଙ୍କ ପଦୋନ୍ନତି; ଚହଲ, ଭୁବି, କୁଲଦୀପ ଖସିଲେ, ଶୁବମନ, ସିରାଜ ପ୍ରଥମ ଥର ସାମିଲ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡର ବାର୍ଷିକ ଚୁକ୍ତିରେ ଅଧିନାୟକ ବିରାଟ କୋହଲି, ଉପଅଧିନାୟକ ରୋହିତ ଶର୍ମା ଓ ଯଶ୍‌ପ୍ରୀତ ବୁମ୍‌ରା ପୂର୍ବ ପରି ଏ+ ଗ୍ରେଡ୍‌ରେ ରହିଛନ୍ତି। ଏହି ୩ ଜଣ ବାର୍ଷିକ ୭ କୋଟି ଟଙ୍କା ଲେଖାଏଁ ପାଇବେ। ଗ୍ରେଡ୍‌-ଏରେ ରବିଚନ୍ଦ୍ରନ ଅଶ୍ବିନ, ରବୀନ୍ଦ୍ର ଜାଦେଜା, ଚେତେଶ୍ବର ପୂଜାରା, ଅଜିଙ୍କ୍ୟ ରାହାଣେ, ଶିଖର ଧାୱନ୍‌, କେଏଲ୍‌ ରାହୁଲ, ମହମ୍ମଦ ସାମି, ଈଶାନ୍ତ ଶର୍ମା, ଋଷଭ ପନ୍ତ ଓ ହାର୍ଦିକ ପାଣ୍ଡ୍ୟାଙ୍କୁ ସ୍ଥାନ ମିଳିଛି। ଏମାନଙ୍କୁ ବର୍ଷକୁ ୫ କୋଟି ଟଙ୍କା ମିଳିବ। ପାଣ୍ଡ୍ୟା ପୂର୍ବରୁ ବି ଗ୍ରେଡ୍‌ରେ ଥିଲେ। ତେବେ ଏହି ଗ୍ରେଡ୍‌ରେ ଥିବା ଭୁବନେଶ୍ବର କୁମାର ଗ୍ରେଡ୍‌-ବିକୁ ଖସି ଆସିଛନ୍ତି। ସେ ରିଦ୍ଧିମାନ ସାହା, ଉମେଶ ଯାଦବ, ଶାର୍ଦୁଲ ଠାକୁର, ମୟଙ୍କ ଅଗ୍ରୱାଲ୍‌ଙ୍କ ସହ ବି-ଗ୍ରେଡ୍‌ରେ ରହିଛନ୍ତି। ଏମାନଙ୍କୁ ୩ କୋଟି ଲେଖାଏଁ ମିଳିବ। ଗ୍ରେଡ୍‌-ସିରେ ପ୍ରଥମ ଥର ଲାଗି ଶୁବମନ ଗିଲ୍‌ ଓ ମହମ୍ମଦ ସିରାଜଙ୍କୁ ସାମିଲ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଗ୍ରେଡ୍‌-ସିରେ କୁଲଦୀପ ଯାଦବ, ନବଦୀପ ସୈନି, ଦୀପକ ଚହର, ହନୁମା ବିହାରୀ, ଅକ୍ଷର ପଟେଲ, ଶ୍ରେୟସ ଆୟର, ୱାସିଂଟନ ସୁନ୍ଦର, ୟୁଝବେନ୍ଦ୍ର ଚହଲ ରହିଛନ୍ତି। ଏହି ଗ୍ରେଡ୍‌ର ଖେଳାଳିମାନେ ବର୍ଷକୁ ୧ କୋଟି ‌ଟଙ୍କା ଲେଖାଏଁ ପାଇବେ। ଚହଲ ଓ କୁଲଦୀପ ବି ଗ୍ରେଡ୍‌ରୁ ସି’କୁ ଖସିଛନ୍ତି।

ଏ+ ( ୭ କୋଟି): ବିରାଟ ‌କୋହଲି, ରୋହିତ ଶର୍ମା, ୟୁଜବେନ୍ଦ୍ର ଚହଲ। ଏ (୫ କୋଟି): ଆର ଅଶ୍ବିନ, ରବୀନ୍ଦ୍ର ଜାଦେଜା, ଚେତେଶ୍ବର ପୂଜାରା, ଅଜିଙ୍କ୍ୟ ରାହାଣେ, ଶିଖର ଧାୱନ, କେଏଲ୍ ରାହୁଲ, ମହମ୍ମଦ ସାମି, ଈଶାନ୍ତ ଶର୍ମା, ଋଷଭ ପନ୍ତ, ହାର୍ଦିକ ପାଣ୍ଡ୍ୟା। ବି (୩ କୋଟି): ଋଦ୍ଧିମାନ ସାହା, ଉମେଶ ଯାଦବ, ଭୁବନେଶ୍ବର କୁମାର, ଶାର୍ଦୁଳ ଠାକୁର, ମୟଙ୍କ ଅଗ୍ରୱାଲ। ସି (୧ କୋଟି): କୁଲଦୀପ ଯାଦବ, ନଭଦୀପ ସୈନି, ଦୀପକ ଚହର, ଶୁବମନ ଗିଲ୍, ହନୁମା ବିହାରୀ, ଅକ୍ଷର ପଟେଲ, ଶ୍ରେୟସ୍ ଆୟର, ୱା‌ସିଂଟନ୍ ସୁନ୍ଦର, ୟୁଝବେନ୍ଦ୍ର ଚହଲ, ମହମ୍ମଦ ସିରାଜ।

ସମ୍ବନ୍ଧିତ ଖବର