କଳିଙ୍ଗ ଷ୍ଟାଡିୟମରେ ଖେଳାଯିବାକୁ ଥିବା ରୁଷିଆ ବିପକ୍ଷ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ଲାଗି ବରୁଣଙ୍କ ସ୍ଥାନରେ ‌ଖେଳିବେ ବୀରୁ

ଭୁବନେଶ୍ୱର : ଓଡ଼ିଶା ହକି ପ୍ରେମୀଙ୍କୁ ବୁଧବାର ମିଳିଛି ବଡ଼ ଖୁସି ଖବର। କଳିଙ୍ଗ ଷ୍ଟାଡିୟମରେ ଖେଳାଯିବାକୁ ଥିବା ରୁଷିଆ ବିପକ୍ଷ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ଲାଗି ଭାରତୀୟ ଦଳରେ ସାମିଲ ହୋଇଛନ୍ତି ସ୍ଥାନୀୟ ତାରକା ବୀରେନ୍ଦ୍ର ଲାକ୍ରା। ପୂର୍ବରୁ ଏହି ମ୍ୟାଚ୍ ଲାଗି ଘୋଷିତ ଭାରତୀୟ ଦଳରେ କେବଳ ଜଣେ ଓଡ଼ିଆ ଖେଳାଳି ଅମିତ ରୋହିଦାସ ଥିଲେ। ବୀରେନ୍ଦ୍ର ସାମିଲ ହେବା ପରେ ଏହି ସଂଖ୍ୟା ୨କୁ ବଢ଼ିଛି। ବୀରେନ୍ଦ୍ର ଆହତ ରକ୍ଷଣଭାଗ ଖେଳାଳି ତଥା ଡ୍ରାଗଫ୍ଲିକର ବରୁଣ କୁମାରଙ୍କ ସ୍ଥାନ ନେଇଛନ୍ତି। ବରୁଣ ଅଭ୍ୟାସ କରୁଥିଲା ବେଳେ ତାଙ୍କ ଡାହାଣ କାନ୍ଧ ଏବଂ ବାହୁରେ ଆଘାତ ଲାଗିଥିଲା। ମ୍ୟାଚ୍ ପୂର୍ବରୁ ସେ ଆରୋଗ୍ୟ ଲାଭ କରିବାର ସମ୍ଭାବନା ନଥିବାରୁ ବୀରେନ୍ଦ୍ରଙ୍କୁ ଦଳରେ ସାମିଲ କରାଯାଇଥିବା ହକି ଇଣ୍ଡିଆ ବୁଧବାର ଜାରି କରିଥିବା ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛି। ଡାକ୍ତରଙ୍କ ପରାମର୍ଶକ୍ରମେ ବରୁଣଙ୍କୁ ଆସନ୍ତାକିଛି ସପ୍ତାହ ପର୍ଯ୍ୟନ୍ତ ବିଶ୍ରାମ ନେବାକୁ ହେବ। ସେଥିପାଇଁ ଆମେ ତାଙ୍କ ସ୍ଥାନରେ ଅଭିଜ୍ଞ ବୀରେନ୍ଦ୍ର ଲାକ୍ରାଙ୍କୁ ନେବାକୁ ସ୍ଥିର କରିଛୁ ‌ବୋଲି ମୁଖ୍ୟ ପ୍ରଶିକ୍ଷକ ଗ୍ରାହାମ ରିଡ୍ କହିଛନ୍ତି।

ସମ୍ବନ୍ଧିତ ଖବର