ଜାତୀୟ ଡ୍ୟୁବଲ୍ ପାଇଁ ବିଶ୍ବଙ୍କୁ ଡାକରା

ଭୁବନେଶ୍ବର: ରାଜସ୍ଥାନର ନାଥୱାରଠାରେ ଅକ୍ଟୋବର ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ପଞ୍ଚମ ଜାତୀୟ କନିଷ୍ଠ ଡ୍ୟୁବଲ୍ ପ୍ରତିଯୋଗିତା ଲାଗି ଓଡ଼ିଶାର ଜଣାଶୁଣା ହ୍ୟାଣ୍ଡ୍‌ବଲ୍ ପ୍ରଶିକ୍ଷକ ବିଶ୍ବରଂଜନ ଦାଶଙ୍କୁ ଡାକରା ମିଳିଛି। କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀଙ୍କ ପୃଷ୍ଠପୋଷକତାରେ ଚାଲିଥିବା ଡ୍ୟୁବଲ୍‌ ଫେଡେରେସନ୍ ଅଫ୍ ଇଣ୍ଡିଆର ସମ୍ପାଦକ ଆରିଫ୍ ଖାନ୍ ବିଶ୍ବରଂଜନଙ୍କୁ ସ୍ବତନ୍ତ୍ର ନିମନ୍ତ୍ରଣ ମାଧ୍ୟମରେ ପ୍ରତିଯୋଗିତା ବୈଷୟିକ ଅଧିକାରୀ କାର୍ଯ୍ୟ ତୁଲାଇଇବାକୁ କହିଛନ୍ତି। ଛତିଶଗଡ଼ ଜାତୀୟ ହ୍ୟାଣ୍ଡ୍‌ବଲ୍‌ ଦଳକୁ ଅତୀତରେ ଏକାଧିକ ଜାତୀୟ ସଫଳତା ଦେଇଥିବା ଶ୍ରୀ ଦାଶ ରାଜ୍ୟ ଭିତରେ ଉପେକ୍ଷିତ ରହିବା ପରେ ଏବେ ଡ୍ୟୁବଲ୍ ଉପରେ ଏକାଗ୍ରତା ରଖିଛନ୍ତି। ଡ୍ୟୁବଲ୍ ଖେଳ ହ୍ୟାଣ୍ଡ୍‌ବଲ୍ ସଦୃଶ ‌େହାଇଥିବାରୁ ଶ୍ରୀ ଦାଶ ମଧ୍ୟ ଏହି ଖେଳର ନିୟମାବଳୀକୁ ସରଳ ଏବଂ ଶାଣିତ କରିବାରେ ସହାୟକ ହୋଇଛନ୍ତି। ଖୁବ୍ ଶୀଘ୍ର ଓଡ଼ିଶାରେ ଏହି ଖେଳର ପ୍ରଚାର ଓ ପ୍ରସାର କରିଯିବା ସହିତ ରାଜ୍ୟ ଓ ଜିଲ୍ଲା ସଂଘ ଗଠିତ ହେବ ବୋଲି ଶ୍ରୀ ଦାଶ ମଧ୍ୟ ସୂଚନା ‌େଦଇଛନ୍ତି।

ସମ୍ବନ୍ଧିତ ଖବର