ଦୃଷ୍ଟିହୀନ କ୍ରିକେଟ୍‌: ଶୃଙ୍ଖଳା ପୋଛିନେଲା ଭାରତ

ଭୁବନେଶ୍ବର: ଜାମାଇକା ଗସ୍ତରେ ଭାରତୀୟ ଦୃଷ୍ଟିହୀନ କ୍ରିକେଟ୍‌ ଦଳ ଉଭୟ ଟ୍ବେଣ୍ଟି-୨୦ ଓ ଦିନିକିଆ ଶୃଙ୍ଖଳାକୁ ପୋଛି ନେଇଛି। ଘରୋଇ ଦଳ ବିପକ୍ଷରେ ୩ ଟିକିଆ ଦିନିକିଆ ଶୃଙ୍ଖଳାକୁ ୩-୦ରେ ଜିତିଥିବା ଭାରତ ୨ ଟିକିଆ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ମଧ୍ୟ ୨-୦ରେ ଜିତି ନେଇଛି। ରବିବାର ଶେଷ ଟ୍ବେଣ୍ଟି-୨୦କୁ ଭାରତ ୧୦ ୱିକେଟ୍‌ରେ ଜିତି ଏହି ସଫଳତା ମୁଠାଇଥିଲା। ଟସ୍‌ ଜିତି ବ୍ୟାଟିଂ କରିଥିବା ଜାମାଇକା ୬ ୱିକେଟ୍‌ ହରାଇ ୧୪୭ ରନ୍‌ କରିଥିଲା। ଗ୍ରିଗୋରି ଷ୍ଟିୱାର୍ଟ (୫୧*) ଅପରାଜିତ ଅର୍ଧଶତକ ହାସଲ କରିଥିଲେ। ଭାରତ ପକ୍ଷରୁ ଦୀପକ ମଲ୍ଲିକ ୪/୨୫ ବୋଲିଂ ସଫଳତା ପାଇଥିଲେ। ଜବାବରେ ପ୍ରାରମ୍ଭିକ ଯୋଡ଼ି ସୁନିଲ ରମେଶ (୧୦୧*, ୪୦ ବଲ୍‌) ଏବଂ ଅଜୟ ରେଡ୍ଡୀ (୩୦*, ୨୧ ବଲ୍‌) ଅପରାଜିତ ରହି ଭାରତକୁ ବିଜୟୀ କରାଇଥିଲେ। ସୁନିଲ ରମେଶଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରାସ୍କାର ମିଳିଥିଲା। ଭାରତୀୟ ଦଳରେ ଦୁଇ ଓଡ଼ିଆ ଅଲ୍‌ରାଉଣ୍ଡର ମହମ୍ମଦ ଜାଫର ଇକ୍‌ବାଲ୍‌ ଏବଂ ପଙ୍କଜ ଭୂଏ ସ୍ଥାନ ପାଇଥିଲେ।

ସମ୍ବନ୍ଧିତ ଖବର