ଚିକିତ୍ସା‌ କରିବିନି: ସିମେନ୍ୟା

ଦୋହା : ୮୦୦ ମିଟରରେ ଦୌଡ଼ିବାକୁ ହେଲେ ପୁରୁଷ ହର୍ମୋନର ମାତ୍ରା ଚିକିତ୍ସା ମାଧ୍ୟମରେ କମାଇବାକୁ ହେବ। ସ୍ବିଜରଲାଣ୍ଡର ଲୁସାନେଠାରେ ଥିବା କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର ସ୍ପୋର୍ଟସ (କାସ୍) ଦକ୍ଷିଣ ଆଫ୍ରିକାର ଚର୍ଚିତ ଧାବିକା କାଷ୍ଟର ସିମେନ୍ୟାଙ୍କୁ ନିର୍ଦେଶ ଦେଇଥିଲେ। ହେଲେ କୌଣସି ପରିସ୍ଥିତିରେ ସେ ଏଭଳି ଚିକିତ୍ସା କରିବେ ନାହିଁ ବୋଲି ସିମେନ୍ୟା ଶନିବାର ସ୍ପଷ୍ଟ କରି ଦେଇଛନ୍ତି। କାସ୍ ରାୟ ପ୍ରକାଶ ପାଇବା ପରେ ପ୍ରଥମ ଥର ମୁହଁ ଖୋଲି ସେ କହିଛନ୍ତି ଆଗକୁ କଣ ହେବ ମୁଁ ଜାଣିନି। ‌ହେଲେ ମୋତେ କଣ କରିବାକୁ ହେବ କେହି କହି ପରିବେ ନାହିଁ। ଯଦି ଲୋକ ଚାହୁଁଛନ୍ତି ମୋତେ କିଛି କଥାରୁ‌ ରୋକିବା ଲାଗି ତାହାଲେ ଏହା ସେମାନଙ୍କ ସମସ୍ୟା। ୨୮ ବର୍ଷୀୟ ଦୁଇ ଥର ଅଲିମ୍ପିକ୍ସ ପଦକ ବିଜୟିନୀ ସିମେନ୍ୟା ଦୋହା ଡାଇମଣ୍ଡ ଲିଗ୍ ପ୍ରତିଯୋଗିତାରେ ଶନିବାର ୧ ମିନିଟ୍ ୫୪.୯୮ ସେକେଣ୍ଡ ସମୟ ନେଇ ନୂଆ ମିଟ୍ କୀର୍ତ୍ତିମାନ ସ୍ଥାପନ କରିଛନ୍ତି।

ସମ୍ବନ୍ଧିତ ଖବର