ଚେନ୍ନାଇ-ହାଇଦ୍ରାବାଦ ଫାଇନାଲ ଖେଳିଲେ ଚକିତ ହେବିନି : ଏବି ଡିଭିଲିୟର୍ସ

ବିଳମ୍ବିତ ଉଦୟ ସତ୍ତ୍ୱେ ଆରସିବି ଶେଷ ବାଧା ପାର କରି ପାରିଲାନି। ସେଥିପାଇଁ ଏବେ କେବଳ ସନରାଇଜର୍ସ ହାଇଦ୍ରାବାଦ, ଚେନ୍ନାଇ ସୁପରକିଙ୍ଗ୍ସ, କୋଲକାତା ନାଇଟ୍‌ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ ଟ୍ରଫି ଜିତିବା ଦୌଡ଼ରେ ରହିଛନ୍ତି। ତଥାପି ଆମର କୌଣସି ଅଭିଯୋଗ ନାହିଁ। ରାଜସ୍ଥାନକୁ ହରାଇଥିଲେ ଆମେ ପ୍ଲେ ଅଫକୁ ଯାଇ ପାରିଥାଆନ୍ତୁ ବୋଲି ଜାଣି ଅବଶ୍ୟ ବହୁତ ଖରାପ ଲାଗୁଛି। ଗୋଟିଏ ସ୍ତରରେ ଆମେ ଭଲ ସ୍ଥିତିରେ ଥିଲୁ। ହେଲେ ସେମାନଙ୍କ ସ୍ପିନର ଆମ ରନ୍‌ ପିଛାକୁ ଲାଇନଚ୍ୟୁତ କରିଦେଲେ। ଆମ ସ୍ୱପ୍ନ ସକାଳୁଆ କୁହୁଡ଼ି ଭଳି ଉଭେଇ ଗଲା। ମୋ ମତରେ ଆମେ ବହୁ ମ୍ୟାଚ୍‌ରେ ଏବଂ ବହୁଥର ଏକାଧିକ ରନ୍‌ ବ୍ୟୟ କଲୁ। ଦରକାର ବେଳେ ଭାଗୀଦାରି କରିବାରେ ମଧ୍ୟ ଆମେ ବିଫଳ ହେଲୁ। ଟେ୍ଵଣ୍ଟି-୨୦ରେ ଭୁଲ କରିବାର ଖୁବ୍‌ କମ୍‌ ସୁଯୋଗ ଥାଏ ଏବଂ ଆମେ ଲଗାତାର ଭୁଲ କରି ଚାଲିଲୁ। ସେଥିପାଇଁ ବାଙ୍ଗାଲୋର ପାଇଁ ଚଳିତବର୍ଷର ଅଭିଯାନ ଉଭୟ ନିରାଶାଭରା ଏବଂ ଦୁଃଖଦ ଥିଲା। ୧୪ ମ୍ୟାଚ୍‌ରୁ ମାତ୍ର ୬ଟିରେ ବିଜୟୀ ହୋଇଥିବାରୁ ଆମେ ଅତ୍ୟନ୍ତ ନିରାଶ।

ତେବେ ୨୦୧୮ର ବିଫଳତା ସହ ଆମେ ୨୦୧୯ ପାଇଁ ଦୃଢ଼ ମୂଳଦୁଆ ପକାଇ ପାରିଛୁ ବୋଲି ମୁଁ ଭାବୁଛି। ୨୦୦୮ ମସିହାରେ ପ୍ରଥମ ସଂସ୍କରଣ ପରଠାରୁ ଆଇପିଏଲ୍‌ର ପ୍ରତି ଅଧ୍ୟାୟରେ ଅଂଶ ଗ୍ରହଣ କରିଥିବାରୁ ମୁଁ ନିଜକୁ ଭାଗ୍ୟଶାଳୀ ମନେ କରୁଛି। ହେଲେ ମୁଁ ଗର୍ବର ସହ କହିବି ଯେ ଆମ ଦଳର ଖେଳାଳି, ପ୍ରଶିକ୍ଷକ ଓ ସହାୟକ ଅଧିକାରୀଙ୍କ ମଧ୍ୟରେ କିନ୍ତୁ ନିବିଡ଼ ସଂପର୍କ ସୃଷ୍ଟି ହୋଇଛି। ଆମେ ଉଭୟ ସୁଖ ଓ ଦୁଃଖରେ ପରସ୍ପର ପାଖରେ ଛିଡ଼ା ହୋଇଛୁ। ମୋର ହୃଦବୋଧ ହୋଇଛି ଯେ ଆର୍‌ସିବିରେ ବହୁ ଚମତ୍କାର ଲୋକ ଅଛନ୍ତି। ସେଥିପାଇଁ ପରବର୍ତୀ ଆଇପିଏଲ୍‌ ଆସନ୍ତା ସପ୍ତାହରେ ଆରମ୍ଭ ହୋଇ ଯାଆନ୍ତା କି ବୋଲି ମୋର ମନ ବାରମ୍ବାର କହୁଛି। ୨୦୧୮ର ବିଜେତା ବଛାଯିବା ଅବଶ୍ୟ ଏବେ ବାକି ରହିଛି। ବଳକା ଚାରିଟି ଯାକ ଦଳ ସମସ୍ତେ ସମସ୍ତଙ୍କୁ ହରାଇବାର ଦକ୍ଷତା ରଖନ୍ତି। ହଁ ମୁଁ ଏଠାରେ କହିରଖେ ଆଇପିଏଲ୍‌କୁ ଭବିଷ୍ୟବାଣୀ କରିବା ଏକବାର କଷ୍ଟକର। ସନରାଇଜର୍ସ ହାଇଦ୍ରାବାଦ ଏବଂ ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟରେ ଫାଇନାଲ ଖେଳ ହେଲେ କିନ୍ତୁ ମୁଁ ବିସ୍ମିତ ହେବି ନାହିଁ। ସେହିଭଳି ମହେନ୍ଦ୍ର ସିଂହ ଧୋନିଙ୍କ ଯାଦୁଗରୀ ନେତୃତ୍ୱ ବଳରେ ଚେନ୍ନାଇ ଆଉ ଥରେ ଟ୍ରଫି ଜିତିଲେ ମଧ୍ୟ ଆଦୌ ଆଶ୍ଚର୍ଯ୍ୟ ହେବିନି। (ଟିସିଏମ୍‌)

ସମ୍ବନ୍ଧିତ ଖବର