ଚିନ୍ମୟ, ଅମୃତଜୟ, ଅଭିଷେକ ଆଗେଇଲେ

ଦୁସାନ ଦେଓ ‌ଟେନିସ୍‌

ଭୁବନେଶ୍ବର: ପୁରୀ ଜିଲ୍ଲା ଟେନିସ୍‌ ସଂଘ ଆନୁକୂଲ୍ୟରେ ଦୁସାନ ଦେଓ ସ୍ମାରକୀ ସର୍ବଭାରତୀୟ ମାନ୍ୟତା ୧ ଲକ୍ଷ ଟେନିସ୍‌ ପ୍ରତିଯୋଗିତା ପୁରୀ କ୍ଲବ୍‌ଠାରେ ସୋମବାରଠୁ ଆରମ୍ଭ ହୋଇଛି। ଏଠାରେ ଶୀର୍ଷ ମାନ୍ୟତା ପାଇଥିବା ଓଡ଼ିଆ ତାରକା ଚିନ୍ମୟ ପ୍ରଧାନଙ୍କ ସହ ଅମୃତଜୟ ମହାନ୍ତି ଏବଂ ଅଭିଷେକ ମହାପାତ୍ର ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ଚିନ୍ମୟ ୬-୨, ୬-୧ ସେଟ୍‌ରେ ମହାରାଷ୍ଟ୍ରର ଜଗନ୍‌ମାୟା ପାଣିଗ୍ରାହୀଙ୍କୁ, ଅମୃତଜୟ ୬-୨, ୬-୧ରେ ଅଷ୍ଟମ ମାନ୍ୟତା ପଶ୍ଚିମବଙ୍ଗର ଋଷବ ଝାଙ୍କୁ ଏବଂ ଅଭିଷେକ ୬-୨, ୬-୩ରେ ଆନ୍ଧ୍ରପ୍ରଦେଶର ଏସ୍‌ ଅଶ୍ବିନ ଚକ୍ରବର୍ତିଙ୍କୁ ହରାଇଥିଲେ। ତେବେ ସତୀର୍ଥ ପଟ୍ଟନାୟକ ୨-୬, ୩-୬ ସେଟ୍‌ରେ ଷଷ୍ଠ ମାନ୍ୟତା‌ ହରିଆନାର ଓମିନ୍ଦର ବାଇସୋୟାଙ୍କଠୁ ହାରି ବିଦାୟ ନେଇଥିଲେ। ସ‌ୋମବାର ଉଦ୍‌ଘାଟନ ଉତ୍ସବରେ ଅତିଥି ଭାବେ ପୁରୀ ଜିଲ୍ଲା ‌ଟେନିସ୍‌ ସଂଘ ସମ୍ପାଦକ ସୁନିଲ ମହାପାତ୍ର ଯୋଗଦେଇଥିଲେ। ପ୍ରତିଯୋଗିତାର ନିର୍ଦେଶକ ଭାବେ ପୁରୀ ଜିଲ୍ଲା ‌ଟେନିସ୍‌ ସଂଘର ସଭାପତି ପ୍ରଦୀପ୍ତ କୁମାର ମହାପାତ୍ର ରହିଥିଲା ବେଳେ ଯୁଗ୍ମ ସମ୍ପାଦକ ହରିହର ଗୁରୁ ସଂଯୋଜକ ଏବଂ ପ୍ରବୀଣ କୁମାର ନାୟକ ରେଫରି ରହିଛନ୍ତି।

ସମ୍ବନ୍ଧିତ ଖବର