ସିଲି ପଏଣ୍ଟ୍‌ : ଚହଲଙ୍କୁ ‘ଦି ରକ୍‌’ଙ୍କ ସହ ତୁଳନା କଲେ ରୋହିତ

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳର ଉପଅଧିନାୟକ ରୋହିତ ଶର୍ମା ଏବଂ ଲେଗ୍ ସ୍ପିନର ୟୁଜବେନ୍ଦ୍ର ଚହଲ ଅନେକ ସମୟରେ ପରସ୍ପରକୁ ସାମାଜିକ ଗଣମାଧ୍ୟମରେ ଚିଡ଼ାଇଥାଆନ୍ତି। ଚହଲଙ୍କ ପତଳା ଶରୀର ନେଇ ରୋହିତ କରିଥିବା କଟାକ୍ଷ କିନ୍ତୁ ଉଭୟଙ୍କ ପ୍ରଶଂସକଙ୍କୁ ବେଶ୍ ପସନ୍ଦ ଆସୁଛି। ସୋମବାର ଚହଲ ନିଜର ଏକ ସାର୍ଟ ବିହୀନ ଫଟୋ ଟ୍ବିଟ୍ କରିଥିଲେ। ଯାହାକୁ ରୋହିତ ନିଆରା ଢଙ୍ଗରେ ତାଚ୍ଛଲ୍ୟ କରିଥିଲେ। ଚହଲଙ୍କ ଫୁଙ୍ଗୁଳା ଫଟୋ ପ୍ରକାଶ କରି ତାଙ୍କୁ ଡବ୍ଲୁଡବ୍ଲ୍ୟୁଇ ଯୋଦ୍ଧା ‘ଦି ରକ୍’ଙ୍କ ସହ ତୁଳନା କରିଥିଲେ ସେ। ଏବଂ ତା’ ତଳେ ଲେଖିଥିଲେ ଯେ ଆଜି ମୁଁ ଦେଖିଥିବା ଶ୍ରେଷ୍ଠ ଫଟୋ। ଭାରତ ଶୃଙ୍ଖଳା ଜିତିଲା, ଅନ୍ୟଜଣେ କିନ୍ତୁ ଶିରୋନାମା ଛଡ଼ାଇନେଲା, ସାବାସ୍। ଚହଲ ମଧ୍ୟ ରୋହିତଙ୍କ ଏହି ଟ୍ବିଟର ଉତ୍ତର ରଖି ‘ ଦି ରକ୍’ଙ୍କର ଅନେକଗୁଡ଼ିଏ ଚିତ୍ର ଛାଡ଼ିଥି‌ଲେ।

ସମ୍ବନ୍ଧିତ ଖବର