ନାଇକି ପାଇଁ ଯୁଗଳ ଖୁସୀ

ମସ୍କୋ: ରବିବାର ଫିଫା ବିଶ୍ୱକପ୍‌ର ଫାଇନାଲ୍‌ ଖେଳାଯିବ। ଏଥିରେ ଫ୍ରାନ୍‌ସ ଓ କ୍ରୋଏସିଆ ଟ୍ରଫି ପାଇଁ ମୁହାଁମୁହିଁ ହେବେ। ତେବେ ଏହି ଫାଇନାଲ୍‌ ଆମେରିକାର କ୍ରୀଡ଼ା ଉପକରଣ ନିର୍ମାତା ନାଇକି ପାଇଁ ଯୁଗଳ ଖୁସି ଆଣିଛି। ଫାଇନାଲ୍‌ ଖେଳିବାକୁ ଯାଉଥିବା ଦୁଇ ଦଳ ଫ୍ରାନ୍ସ ଏବଂ କ୍ରୋଏସିଆର ପ୍ରାୟୋଜିତ ନାଇକି ରହିଛି। ଉଭୟ ଦଳ ନାଇକିର ଜୋତା ଏବଂ ଜର୍ସି ପିନ୍ଧି ଖେଳିବେ। ଏହି ବିଶ୍ୱକପ୍‌ରେ ୩୨ ଦଳ ଅଂଶଗ୍ରହଣ କରିଥିଲା ବେଳେ ୧୨ ଦଳର ପ୍ରାୟୋଜକ ଆଦିଦାସ ରହିଥିଲା। ଅନ୍ୟପକ୍ଷରେ ଆମେରିକୀୟ କମ୍ପାନି ନାଇକି ୧୦ ଦଳର ପ୍ରାୟୋଜକ ରହିଥିଲା। ଏଥିରୁ ଦୁଇ ୟୁରୋପୀୟ ଦଳ ଫାଇନାଲ୍‌ ପ୍ରବେଶ କରିଛନ୍ତି। ଫଳରେ ଫିଫା ବିଶ୍ୱକପ୍‌ ଇତିହାସରେ ପ୍ରଥମ ଥର ଲାଗି ନାଇକି ଉଭୟ ଫାଇନାଲ୍‌ ଦଳକୁ କିଟ୍‌ ଯୋଗାଉଥିବାରୁ ତା’ର ଖୁସୀ ଦୁଇଗୁଣା ହୋଇଛି। କାରଣ ଯେଉଁ ଦଳ ବି ବିଜେତା ହେଲେ ତାହା ନାଇକ୍‌ର ବିଜୟ ବୋଲି ଅଭିହିତ ହେବ। ଚଳିତ ବିଶ୍ୱକପ୍‌ରେ ଆଦିଦାସ୍‌ ଓ ନାଇକି ବ୍ୟତୀତ ପୁମା ୪ ଦଳର, ନ୍ୟୁବାଲାନ୍ସ ୨ ଏବଂ ଇରିଆ, ହମେଲ୍‌, ଉଲ୍‌ସ୍ପୋର୍ଟ ଓ ଉମ୍ବରୋ ଗୋଟିଏ ଗୋଟିଏ ଦଳର ପ୍ରାୟୋଜକ ରହିଥିଲେ।

ସମ୍ବନ୍ଧିତ ଖବର