ଦୂତି ଚାନ୍ଦ ପାଇବେ ଅର୍ଜୁନ ପୁରସ୍କାର, ରୋହିତ ଶର୍ମାଙ୍କୁ ରାଜୀବ ଗାନ୍ଧି ଖେଳରତ୍ନ

ଭୁବନେଶ୍ୱର : ଓଡ଼ିଆ ଆଥଲେଟ ଦୂତି ଚାନ୍ଦ ଏ ବର୍ଷର ସମ୍ମାନଜନକ ଅର୍ଜୁନ ପୁରସ୍କାର ପାଇବେ । ଆଜି କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟପକ୍ଷରୁ ରାଜୀବ ଗାନ୍ଧି ଖେଳରତ୍ନ, ଅର୍ଜୁନ ପୁରସ୍କାର, ଦ୍ରୋଣାଚାର୍ଯ୍ୟ ପୁରସ୍କାର ଓ ଧ୍ୟାନଚାନ୍ଦ ପୁରସ୍କାର ଲାଗି ମନୋନୀତ ସଫଳ କ୍ରୀଡ଼ାବିତଙ୍କ ନାମ ଘୋଷଣା କରାଯାଇଛି ।

ଏଥର ୫ ଜଣ କ୍ରୀଡ଼ାବିତ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବାବେଳେ ୨୭ ଜଣଙ୍କୁ ଅର୍ଜୁନ ପୁରସ୍କାର ମିଳିବ । କ୍ରିକେଟ ଖେଳାଳି ରୋହିତ ଶର୍ମା, ପାରା ଅଥଲେଟ ମାରିୟପ୍ପାନ ଟି., ଟେବୁଲ ଟେନିସ ଖେଳାଳି ମଣିକା ବାତ୍ରା, ରେସଲର ବିନେଶ ଫୋଗଟ, ହକି ଖେଳାଳି ରାନିଙ୍କୁ ରାଜୀବ ଗାନ୍ଧି ଖେଳରତ୍ନ ପାଇଁ ମନୋନୀତ କରାଯାଇଛି ।

ସେହିପରି ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ଖେଳାଳିମାନେ ହେଲେ ଅତନୁ ଦାସ (ତୀରନ୍ଦାଜ), ଦୂତି ଚାନ୍ଦ(ଆଥଲେଟିକ୍ସ), ସତୀଶ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଚନ୍ଦ୍ରଶେଖର ରେଡ୍ଡୀ (ବ୍ୟାଡମିଣ୍ଟନ), ବିଶେଷ ଭୃଗୁବଂଶୀ ( ବାସ୍କେଟବଲ), ସୁବେଦାର ମାନିସ କୌଶିକ (ବକ୍ସିଂ), ଲୋଭିନା ବରଗୋହେନ( ବକ୍ସିଂ), ଇଶାନ୍ତ ଶର୍ମା (କ୍ରିକେଟ), ଦିପ୍ତି ଶର୍ମା (କ୍ରିକେଟ), ସାଓ୍ଵନ୍ତ ଅଜୟ ଅନନ୍ତ ( ଅଶ୍ୱାରୋହଣ), ସଂଦେଶ ଝିଙ୍ଗନ(ଫୁଟବଲ), ଅଦିତି ଅଶୋକ ( ଗଲ୍ଫ), ଅକାଶଦୀପ ସିଂ ଓ ଦୀପିକା (ହକି), ଦୀପକ (କବାଡି), କାଲେ ସୁଧାକର ( ଖୋ ଖୋ), ଦତ୍ତୁ ବାବନ ଭୋକାନାଲ( ନୌଚାଳନା), ମାନୁ ଭାସ୍କର ଓ ସୌରଭ ଚୌଧୁରୀ ( ବନ୍ଧୁକ ଚାଳନା), ମଧୁରିକା ସୁହାସ ପାଟକର (ଟେବୁଲ ଟେନିସ), ଦିଭିଜ ସରନ (ଟେନିସ), ସିୟା କେଶବନ୍ (ଶୀତକାଳୀନ କ୍ରୀଡା), ଦିବ୍ୟା କକରନ ଓ ରାହୁଲ ଆବାରେ (କୁସ୍ତି), ସୁୟାଂଶ ନାରାୟଣ ଯାଦବ (ପାରା ସନ୍ତରଣ), ସନ୍ଦିପ (ପାରା ଅଥଲେଟିକ୍ସ), ମନୀଷ ନରଓ୍ଵାଲ ( ପାରା ସୁଟିଂ) ।

ସମ୍ବନ୍ଧିତ ଖବର