ପୂର୍ବ ଭାରତ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା: ପ୍ରଶାନ୍ତ ‘ମିଷ୍ଟର ଇଷ୍ଟର୍ଣ୍ଣ ଇଣ୍ଡିଆ ୨୦୨୨’

ଭୁବନେଶ୍ବର: କୋଲ୍‌କାତାରେ ଆୟୋଜିତ ପୂର୍ବ ଭାରତ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ପ୍ରଶାନ୍ତ କୁମାର ଦାଶ ‘ମିଷ୍ଟର ଇଷ୍ଟର୍ଣ୍ଣ ଇଣ୍ଡିଆ ୨୦୨୨’ ଆଖ୍ୟା ଅର୍ଜନ କରିଛନ୍ତି। ଏହି ପ୍ରତିଯୋଗିତା ମୋଟ ୮ଟି ଓଜନ ବର୍ଗରେ ଅନୁଷ୍ଠିତ ହୋଇଥିଲା ‌ବେଳେ ଓଡ଼ିଶା ପ୍ରତିଯୋଗୀ ୫ ସ୍ବର୍ଣ୍ଣ, ୨ ରୌପ୍ୟ ଓ ୧ କାଂସ୍ୟ ସହ ୮ ପଦକ ଜିତିଥିଲେ।

ନୀତେଶ ବାରିକ, ସେଖ ଜୈମୁଲ, ପ୍ରଶାନ୍ତ କୁମାର ଦାଶ, ଅମିୟ ରଂଜନ ସେଠୀ, ଅର୍ଜିତ ଜେନା ସ୍ବର୍ଣ୍ଣ, ବିରଜା ପ୍ରସାଦ ଦାଶ, ପ୍ରମୋଦ କୁମାର ସ୍ବାଇଁ ରୌପ୍ୟ ଏବଂ ରାଜେଶ କୁମାର ସାହୁ କାଂସ୍ୟ ପଦକ ଜିତିଥିଲେ। ଏହି ୮ ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ନେଇ ‘ମିଷ୍ଟର ଇଷ୍ଟର୍ଣ୍ଣ ଇଣ୍ଡିଆ’ ‌ପ୍ରତିଯୋଗିତା ହୋଇଥିଲା। ଏଥିରେ ପ୍ରଶାନ୍ତ ଚାମ୍ପିଅନ୍‌ ଅଫ୍‌ ଚାମ୍ପିଅନ୍ସ ସହ ଏହି ଆଖ୍ୟା ଅର୍ଜନ କରିଥିଲେ। ଏହି ସଫଳତା ଲାଗି ପ୍ରତିଯୋଗୀମାନଙ୍କୁ ରାଜ୍ୟ ସୁନ୍ଦର ସ୍ବାସ୍ଥ୍ୟ ସଂଘର ଉପଦେଷ୍ଟା ମାନସ ରଂଜନ ମହାପାତ୍ର, ସଭାନେତ୍ରୀ ସୁମିତ୍ରା ତ୍ରିପାଠୀ, ସମ୍ପାଦକ ପ୍ରସନ୍ନ କୁମାର ମହାସୁଆର ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର