ଭାରତ-ପାକିସ୍ତାନ ଟେଷ୍ଟ ଲାଗି ଇସିବି ପ୍ରସ୍ତାବ

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ୨୦୦୭ ମସିହା ପରଠାରୁ ଟେଷ୍ଟ ମ୍ୟାଚ୍‌ ଖେଳାଯାଇନାହିଁ। ଦୁଇ ଦେଶ ମଧ୍ୟରେ କୁଟନୈତିକ ସମ୍ପର୍କ ଭଲ ନଥିବାରୁ ଏହା ପ୍ରତିବଂଧକ ଭାବେ ଉଭା ହୋଇଛି। ଭାରତ ସରକାର ଅନୁମତି ଦେଉନଥିବାରୁ ବିସିସିଆଇ ମଧ୍ୟ କୌଣସି ଦ୍ବିପାକ୍ଷିକ ଶୃଙ୍ଖଳା ଯୋଜନା କରୁନାହିଁ। ଏଭଳି ପରିପ୍ରେକ୍ଷୀରେ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ୍‌ ବୋର୍ଡ (ଇସିବି) ନିରପେକ୍ଷ ସ୍ଥାନରେ ଭାରତ-ପାକିସ୍ତାନ ଟେଷ୍ଟ ଆୟୋଜନ କରିବାକୁ ପ୍ରସ୍ତାବ ଦେଇଛି। ଏହା ଦ୍ବାରା ବ୍ରିଟେନ୍‌ରେ ଭଲ ଦର୍ଶକ ହେବେ ଏବଂ ଟେଲିଭିଜନ ରାଜସ୍ବ ଦୃଷ୍ଟିରୁ ମଧ୍ୟ ଇସିବି ଫାଇଦା ପାଇବ। ବିସିସିଆଇ କିନ୍ତୁ ଏଭଳି ପ୍ରସ୍ତାବକୁ ହସରେ ଉଡ଼ାଇ ଦେଇଛି। ‘ବର୍ତ୍ତମାନ ପାଇଁ ଭାରତ କେବଳ ପାକିସ୍ତାନ ସହ ଆଇସିସି ପ୍ରତିଯୋଗିତାରେ ଖେଳିବ’ ବୋଲି ଜଣେ ବିସିସିଆଇ ଅଧିକାରୀ ପ୍ରକାଶ କରିଛନ୍ତି। ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଭାରତ ଅକ୍ଟୋବର ୨୩ରେ ପାକିସ୍ତାନ ସହ ଖେଳି ଅଭିଯାନ ଆରମ୍ଭ କରିବ।

ସମ୍ବନ୍ଧିତ ଖବର