ଇଂଲଣ୍ଡ ୩-୧ରେ ଶୃଙ୍ଖଳା ଜିତିଲା, ଦକ୍ଷିଣ ଆଫ୍ରିକା ଦଣ୍ଡିତ

ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକା ବିପକ୍ଷ ଚତୁର୍ଥ ତଥା ଶେଷ ଟେଷ୍ଟ୍‌କୁ ଇଂଲଣ୍ଡ ୧୯୧ ରନ୍‌ରେ ଜିତିନେଇଛି। ଏଥି ସହିତ ୪ ମ୍ୟାଚ୍‌ ଶୃଙ୍ଖଳାକୁ ଭ୍ରମଣକାରୀ ଜୋ ରୁଟ୍‌ଙ୍କ ଦଳ ମଧ୍ୟ ୩-୧ରେ ଜିତି ନେଇଛି। ପ୍ରଥମ ଟେଷ୍ଟ୍ ହାରିବା ପରେ ଇଂଲଣ୍ଡ ପରବର୍ତୀ ୩ ଜିତି ଏହି ସଫଳତା ପାଇଛି। ଚତୁର୍ଥ ଟେଷ୍ଟ୍‌ରେ ମନ୍ଥର ବୋଲିଂ ପାଇଁ ଦକ୍ଷିଣ ଆଫ୍ରିକାକୁ ମଧ୍ୟ ଦଣ୍ଡିତ କରାଯାଇଛି। ଘରୋଇ ଦଳ ନିକଟରୁ ୬ ଆଇସିସି ଚାମ୍ପିଅନସିପ୍‌ ପଏଣ୍ଟ୍‌ କାଟି ନିଆଯାଇଛି। କେବଳ ଏତିକି ନୁହେଁ ମ୍ୟାଚ୍‌ ପାଉଣାର ୬୦ ପ୍ରତିଶତ ମଧ୍ୟ ହରାଇଛି ଘରୋଇ ଦଳ।ୱଣ୍ଡରର୍ସ ଷ୍ଟାଡିୟମ୍‌ରେ ଦକ୍ଷିଣ ଆଫ୍ରିକା ସମ୍ମୁଖରେ ୪୬୬ ରନ୍‌ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ରାଶି ଭାନ୍ ଡେର୍ ଦୁସେନ୍‌ (୯୮) ଏକା ଲଢ଼ିଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକା ୨୭୪ ରନ୍‌ରେ ସମସ୍ତ ୱିକେଟ୍ ହରାଇ ଦେଇଥିଲା। ମ୍ୟାଚ୍‌ରେ ମୋଟ ୯ ୱିକେଟ୍ ନେଇଥିବା ମାର୍କ ଉଡ୍‌ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। ବେନ୍ ଷ୍ଟୋକ୍ସ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ ପ୍ରଥମ ପାଳି: ୪୦୦ (ଜ୍ୟାକ୍ କ୍ରଲି-୬୬, ଅନରିଚ୍ ନର୍ଜେ-୫/୧୧୦ )। ଦକ୍ଷିଣ ଆଫ୍ରିକା ପ୍ରଥମ ପାଳି: ୧୮୩ (କ୍ବିଣ୍ଟନ୍ ଡି’କକ୍‌-୭୬, ମାର୍କ ଉଡ୍‌-୫/୪୬, କ୍ରିସ୍‌ ୱକ୍ସ-୨/୩୮, ବେନ୍ ଷ୍ଟୋକ୍ସ-୨/୪୭)। ଇଂଲଣ୍ଡ ଦ୍ବିତୀୟ ପାଳି: ୨୪୮ (ଜୋ ରୁଟ୍‌-୫୮, ‌ବିଉରନ୍‌ ହେଣ୍ଡ୍ରିକ୍ସ-୫/୬୪)। ଦକ୍ଷିଣ ଆଫ୍ରିକା ଦ୍ବିତୀୟ ପାଳି: ୨୭୪ (ରାଶି ଭାନ୍ ଡେର୍‌ ଦୁସେନ୍-୯୮, ମାର୍କ ଉଡ୍‌-୪/୫୪, ଷ୍ଟୁଆର୍ଟ ବ୍ରଡ୍‌-୨/୨୬, ବେନ୍ ଷ୍ଟୋକ୍ସ-୨/୪୭)।

ସମ୍ବନ୍ଧିତ ଖବର