ଓଡ଼ିଶା ଏଫ୍‌ସିକୁ ଝଟ୍‌କା, ଆଇଏସ୍‌ଏଲ୍‌ରୁ ସାନ୍ତାନା ବାଦ୍

ଭୁବନେଶ୍ବର: ଚଳିତ ଆଇଏସ୍‌ଏଲ୍ ଋତୁ ଅଧାରେ ଘରୋଇ ଦଳ ଓଡ଼ିଶା ଏଫ୍‌ସିକୁ ସୋମବାର ଶକ୍ତ ଧକ୍କା ଲାଗିଛି। ବାମପାଦରେ ଆଘାତ ଲାଗିବା ପରେ ଏହି ଦଳର ଦକ୍ଷ ଅଗ୍ରଭାଗ ଖେଳାଳି ଆରିଡେନ ସାନ୍ତାନା ଲିଗ୍‌ର ବଳକା ମ୍ୟାଚରୁ ବାଦ୍ ପଡ଼ିଛନ୍ତି। ଓଡ଼ିଶା ଏଫ୍‌ସି ପକ୍ଷରୁ ସାନ୍ତାନା ଚଳିତ ଋତୁରେ ସର୍ବାଧିକ ଗୋଲ୍ ଦେଇଥିଲେ। ୧୪ ମ୍ୟାଚ୍‌ରୁ ୯ ଗୋଲ୍ ଦେଇ ସର୍ବାଧିକ ଗୋଲ୍ ଦେଇଥିବା ଖେଳାଳି ତାଲିକାର ଦ୍ବିତୀୟ ସ୍ଥାନରେ ସେ ରହିଛନ୍ତି। ସାନ୍ତାନା ବାଦ୍ ପଡ଼ିବାକୁ ଦଳ ପାଇଁ ଏକ ବଡ଼ ଧକ୍କା ଭାବେ ବର୍ଣ୍ଣନା କରିଛନ୍ତି ପ୍ରଶିକ୍ଷକ ଯୋଶେଫ ଗମ୍ବାଉ।

ସମ୍ବନ୍ଧିତ ଖବର