ଭୁବନେଶ୍ୱର: ଓ୍ଵି ଫର୍ ୟୁ ଆନୁକୂଲ୍ୟରେ ୟୁନିଟ୍-୧ କିଶୋର କ୍ଲବ୍ ପଡ଼ିଆରେ ଚାଲିଥିବା ଚାରିଟେବୁଲ କର୍ପୋରେଟ୍ କ୍ରିକେଟ୍ ଲିଗ୍ ଅଷ୍ଟମ ସଂସ୍କରଣର ଶନିବାର ତୃତୀୟ ଦିବସରେ ୯ ମ୍ୟାଚ୍ ଖେଳାଯାଇଥିଲା ବେଳେ ଫାଲକନ୍ ୧୦ ଓ୍ଵିକେଟ୍ରେ ବିଜୟୀ ହେବା ଉଲ୍ଲେଖନୀୟ ଥିଲା। ଏସାର୍ ଗ୍ରୁପ୍କୁ ୧୦୭/୩ରେ ଅଟକାଇଦେବା ପରେ ଫାଲ୍କନ୍ କୌଣସି ଓ୍ଵିକେଟ୍ ନହରାଇ ୧୧୨ ରନ୍ ସହ ଏକପାଖିଆ ବିଜୟ ହାତେଇ ନେଇଥିଲା। ସେହିପରି ଶନିବାର ମାଇଣ୍ଡଟ୍ରିକୁ ଯୁଗଳ ବିଜୟ ମିଳିଥିଲା। ପ୍ରଥମେ ମାଇଣ୍ଡ୍ଟ୍ରି (୧୫୪/୪) ୬୮ ରନ୍ରେ ଭୁବନେଶ୍ୱର ଷ୍ଟାର୍ଟଅପ୍ ଏକାଦଶ (୮୬/୭)କୁ ଏବଂ ପରେ ମାଇଣ୍ଡ୍ଟ୍ରି (୧୦୯/୨) ୮ ଓ୍ଵିକେଟ୍ରେ କ୍ୟାପ୍ଜେମିନି (୧୦୮/୮)କୁ ପରାସ୍ତ କରିଥିଲା। ଅନ୍ୟ ମ୍ୟାଚ୍ଗୁଡ଼ିକରେ ବେଦାନ୍ତ (୧୩୮/୩) ୨୮ ରନ୍ରେ ଏସ୍ଏସ୍ଇପିଡିକୁ, ଡିଜିଚାମ୍ପ୍ (୧୨୫/୨) ୮ ଓ୍ଵିକେଟ୍ରେ ମିଡିଆ ଏକାଦଶ (୧୨୦/୪)କୁ, ଜେଏସ୍ପିଏଲ୍ (୧୩୩/୭) ୭ ରନ୍ରେ ନିଡ୍ ଅନ୍ ହ୍ଵିଲ୍ସ (୧୨୬/୫)କୁ, ଉତ୍କଳ ଆଲୁମିନା (୧୦୦/୫) ୫ ଓ୍ଵିକେଟ୍ରେ ଜେମିନି କନ୍ସଲଟିଂ (୯୯/୫)କୁ, ଜେଏସ୍ଏଲ୍ (୧୩୬/୨) ୮ ଓ୍ଵିକେଟ୍ରେ ଅଡି (୧୩୫/୫)କୁ, ଏସାର୍ (୧୬୦/୬) ୯୩ ରନ୍ରେ ଓଜେଇଇ (୬୭/୧୦)କୁ ପରାସ୍ତ କରିଥିଲା।