ସୁରକ୍ଷା ଆଗ, ତାପରେ ଅଲିମ୍ପିକ୍ସ: ପୁନିଆ

ନୂଆଦିଲ୍ଲୀ: କରୋନା ଆତଙ୍କ ମଧ୍ୟରେ ଟୋକିଓ ଅଲିମ୍ପିକ୍ସକୁ ପୂର୍ବ ନିର୍ଧାରିତ ତାରିଖ ଅର୍ଥାତ୍ ଜୁଲାଇ ୨୪ରୁ ଅଗଷ୍ଟ ୯ ମଧ୍ୟରେ ନକରିବାକୁ ଭାରତୀୟ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ଆହ୍ବାନ କରିଛନ୍ତି। ଏଥିନେଇ ନିଜ ମତାମତ ରଖିବାକୁ ଯାଇ ସେ କହିଛନ୍ତି ଯେ ପ୍ରଥମତଃ ଆମ ସମସ୍ତଙ୍କୁ ମିଳିତ ଭାବେ କରୋନାର ଲଢ଼େଇ କରିବାକୁ ହେବ। ଏହି ଭୂତାଣୁ ପାଇଁ ସଂପ୍ରତି ସାରା ବିଶ୍ବରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ଏଭଳି ସ୍ଥିତି କେତେ ଦିନ ଲାଗି ରହିବ, ତାହା କହି ହେବନି। ଏଣୁ ଅଲିମ୍ପିକ୍ସ ଭଳି ବୃହତ୍ ପ୍ରତିଯୋଗିତାକୁ ଏବେ ଆୟୋଜନ କରିବା ଠିକ୍ ହେବନି। ମୋ ମତରେ ଏହାକୁ ସ୍ଥଗିତ ରଖିଲେ ଖେଳାଳିମାନେ ଅଧିକ ଉପକୃତ ହେବେ। ସର୍ବୋପରି ସେମାନଙ୍କ ସୁରକ୍ଷା ଆଗ, ଅଲିମ୍ପିକ୍ସ ପଛ।

ସମ୍ବନ୍ଧିତ ଖବର