ଭୁଶୁଡ଼ିଲା ୨ ମହଲା କୋଠା, ୩ ପରିବାରର ୮ ସଦସ୍ୟ ବର୍ତ୍ତିଲେ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ସହଦେବଟିକରପଡ଼ା ଗ୍ରାମରେ ଏକ ଅଘଟଣ ଘଟିଯାଇଛି। ଗ୍ରାମର ଆଡ଼ୁଆ ସାହି ସ୍ଥିତ ବହୁ ପୁରାତନ ୨ ମହଲା କୋଠାଟି ମଧ୍ୟରାତ୍ରୀରେ ଭୁଶୁଡ଼ି ପଡ଼ିଥିଲେ ମଧ୍ୟ ୩ ପରିବାରର ୮ ସଦସ୍ୟ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି।

ସାହିର ରଜନୀକାନ୍ତ ଗୌଡ଼ ଓ ଚନ୍ଦ୍ରମା ଗୌଡ଼ ଗ୍ରାମର ଅନ୍ୟ ଘରକୁ ଭୋଜି ଖାଇବାକୁ ଆସିଥିବାବେଳେ ଏହି ଅଘଟଣ ଘଟିଥିଲା। ଫଳରେ ସେମାନେ ନିଶ୍ଚିତ ମୃତ୍ୟୁରୁ ରକ୍ଷା ପାଇଯାଇଥିଲେ। ଏହି କୋଠା ଭୁଶୁଡ଼ି ପଡ଼ିବା ଫଳରେ ଉକ୍ତ କୋଠାକୁ ଲାଗି ରହିଥିବା ଗୋପାଳ ଗୌଡ଼ ଓ ବାବୁଲା ଗୌଡ଼ଙ୍କର ଗୁହାଳ ଓ ଗୋପାଳ ଗୌଡ଼ଙ୍କର ମାଟି ଘର ଭୁଶୁଡ଼ି ପଡ଼ିଥିଲା। ଫଳରେ ଗାଈ ବଳଦ ଆହତ ହୋଇଛନ୍ତି। ଭୀଷ୍ମଗିରିରୁ ପଶୁ ଡାକ୍ତର ଆସି ଆହତ ଗାଈ ଓ ବଳଦର ଚିକିତ୍ସା କରି ଫେରିଛନ୍ତି। ଭୀଷ୍ମଗିରି ରାଜସ୍ୱ ନିରୀକ୍ଷକ ଏ. ଶ୍ରୀକାନ୍ତ କୁମାର ଦୋରା ଗ୍ରାମକୁ ଯାଇ କୋଠା ଭୁଶୁଡ଼ିବା ସମ୍ପର୍କରେ ପଚାରି ବୁଝିବା ସହ ଦିଗପହଣ୍ଡି ତହସିଲଦାର ଅଦ୍ବୈତ୍ୟ କୁମାର ସ୍ୱାଇଁଙ୍କୁ ରିପୋର୍ଟ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର