ପ୍ରଥମ ଶ୍ରେଣୀ କ୍ରିକେଟ୍ କିଂବଦନ୍ତି ରାଜୀନ୍ଦର ଗୋଏଲଙ୍କ ପରଲୋକ

ନୂଆଦିଲ୍ଲୀ: ଭାରତୀୟ ପ୍ରଥମ ଶ୍ରେଣୀ କ୍ରିକେଟ୍‌ର କିଂବଦନ୍ତି ସ୍ପିନର ରାଜୀନ୍ଦର ଗୋଏଲଙ୍କର ୭୭ ବର୍ଷ ବୟସରେ ପରଲୋକ ହୋଇଯାଇଛି। ତାଙ୍କୁ ଭାରତୀୟ କ୍ରିକେଟ୍ ଇତିହାସର ଅନ୍ୟତମ ଶ୍ରେଷ୍ଟ ବାମହାତୀ ସ୍ପିନରର ମାନ୍ୟତା ମିଳେ। ତେବେ ଭାରତୀୟ କ୍ରିକେଟ୍‌ର ଅନ୍ୟତମ ମହାନ ସ୍ପିନର ବିସନ ସିଂହ ବେଦୀଙ୍କ ସମସା‌ମୟିକ ହୋଇଥିବାରୁ ଦୁର୍ଭାଗ୍ୟଜନକ ଭାବେ ସେ କେବେବି ଭାରତୀୟ ଦଳର ପ୍ରତିନିଧିତ୍ବ କରି ନଥିଲେ। ଘରୋଇ କ୍ରିକେଟ୍‌ରେ ହରିଆଣା ଓ ଉତ୍ତରାଞ୍ଚଳର ପ୍ରତିନିଧିତ୍ବ କରିଥିବା ରାଜୀନ୍ଦର ୧୫୭ ପ୍ରଥମ ଶ୍ରେଣୀ ମ୍ୟାଚ୍‌ରୁ ୭୫୦ ୱିକେଟ୍ କରାୟତ୍ତ କରିଥିଲେ। ୪୪ ବର୍ଷ ବୟସ ପର୍ଯ୍ୟନ୍ତ ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳିଥିବା ରାଜୀନ୍ଦରଙ୍କୁ ବିସିସିଆଇ ସିକେ ନାଇଡୁ ଜୀବନ ବ୍ୟାପୀ ସେବା ସମ୍ମାନରେ ସମ୍ମା‌ନିତ କରି ସାରିଛି। ରାଜୀନ୍ଦରଙ୍କ ପୁଅ ନିତିନ ଗୋଏଲ ମଧ୍ୟ ଜଣେ ପ୍ରଥମ ଶ୍ରେଣୀ କ୍ରିକେଟର। ସଂପ୍ରତି ସେ ଘରୋଇ କ୍ରିକେଟ୍‌ରେ ମ୍ୟାଚ୍ ରେଫରି ଦାୟିତ୍ବ ତୁଲାଉଛନ୍ତି। ବିଶ୍ବକପ୍ ବିଜୟୀ ଦ୍ରୁତ ବୋଲର କପିଳ ଦେବଙ୍କ ପୂର୍ବରୁ ରାଜୀନ୍ଦର ହରିଆଣାର ସଫଳତମ କ୍ରି‌କେଟର ଥିଲେ।

ସମ୍ବନ୍ଧିତ ଖବର